ଜୋହାନ୍ସବର୍ଗରେ ଗୁଳିକାଣ୍ଡରେ ୧୦ ମୃତ

97

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗୁଳିକାଣ୍ଡ। ଦୁର୍ବତ୍ତମାନଙ୍କ ଆଖିବୁଜା ଗୁଳିମାଡରେ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ବେକର୍ସଡାଲରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରି ଦୁର୍ବତ୍ତମାନେ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି। ଆକ୍ରମଣକାରୀ କିଏ ଓ କାହିଁକି ଆକ୍ରମଣ କରିଥିଲେ ତା’ର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ। ଏହି ମାସରେ ଦକ୍ଷିଣ ଆଫ୍ରିକାରେ ଏହା ଦ୍ୱିତୀୟ ଗୁଳିକାଣ୍ଡ ଘଟଣା। ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ, ବନ୍ଧୁକଧାରୀମାନେ ରାଜଧାନୀ ପ୍ରିଟୋରିଆ ନିକଟରେ ଏକ ହଷ୍ଟେଲରେ ଆକ୍ରମଣ କରି ଏକ ତିନି ବର୍ଷର ଶିଶୁ ସମେତ ୧୨ ଜଣଙ୍କୁ ହତ୍ୟା କରିଥିଲେ। ପୋଲିସ କହିଛି ଯେ ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ହୋଇଥିଲା ଯେଉଁଠାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା। ଦକ୍ଷିଣ ଆଫ୍ରିକାରେ ଅପରାଧ ହାର ଅଧିକ, ବିଶ୍ୱର ସର୍ବାଧିକ ହତ୍ୟା ହାର ମଧ୍ୟରୁ ଗୋଟିଏ ଏହି ଦେଶ।

Comments are closed, but trackbacks and pingbacks are open.