୧୦ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ; ଏହି ୫ ଟି ରାଶିର ଲୋକଙ୍କ ପାଇଁ ଅନୁକୂଳ ନୁହେଁ

19

୨୦୨୧ ବର୍ଷର ଶେଷ ସୂର୍ଯ୍ୟ ପରାଗ ପାଇଁ ବର୍ତ୍ତମାନ କେବଳ ୧୦ ଦିନ ବାକି ଅଛି | ଡିସେମ୍ବର ୪ , ୨୦୨ ୧ ରେ ହେବାକୁ ଥିବା ଏହି ଆଂଶିକ ସୂର୍ଯ୍ୟ ପରାଗ ଏବଂ ଏହାର ସୂତାକ ଅବଧି ହେବାର ମାନ୍ୟତା ନାହିଁ I କିନ୍ତୁ ସୂର୍ଯ୍ୟ ପରାଗ କିଛି ରାଶିର ଲୋକଙ୍କ ପାଇଁ ଅତ୍ୟଧିକ ଭାରୀ ପ୍ରମାଣିତ ହେବ I ଏହି ସୂର୍ଯ୍ୟ ପରାଗ ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ରହିବ I ଜାଣନ୍ତୁ ଯେ କେଉଁ ରାଶି ପାଇଁ, ଏହି ସୂର୍ଯ୍ୟ ପରାଗ କଣ ହେବ I
୨୦୨୧ ବର୍ଷର ଶେଷ ସୂର୍ଯ୍ୟ ପରାଗ ୪ ଡିସେମ୍ବର ଶନିବାର ଦିନ ହେବ | ଏହି ଦିନ ହେଉଛି ମାର୍ଗଶିର ମାସର କୃଷ୍ଣ ପକ୍ଷର ଅମାବାସ୍ୟା I ଏହାର ୧୫ ଦିନ ପୂର୍ବରୁ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୋଇଥିଲା I ଏହି ସୂର୍ଯ୍ୟପରାଗ ଡିସେମ୍ବର ୪ ତାରିଖ ସକାଳ ୧୦ : ୫୯ ରେ ଆରମ୍ଭ ହେବ ଏବଂ ରାତି ୦୩ :୦୭ ରେ ଶେଷ ହେବ Iଏହି ସୂର୍ଯ୍ୟ ପରାଗ ୫ ଟି ରାଶିର ଚିହ୍ନ ପାଇଁ ଶୁଭ ନୁହେଁ :

ମେଷ: ଏହି ସୂର୍ଯ୍ୟ ପରାଗ ମେଷ ରାଶି ର ବ୍ୟକ୍ତି ଙ୍କ ଉପରେ ଆଂଶିକ ପ୍ରଭାବ ପକାଇ ପାରେ ,ସ୍ୱାସ୍ଥ୍ୟ ଉପରେ ଖରାପ ଖରାପ ହେଇପାରେ I କିମ୍ବା କିଛି ଛୋଟ ମୋଟ ର ଦୁର୍ଘଟଣାର ଶିକାର ହୋଇପାରନ୍ତି I
କର୍କଟ: ଏହି ସୂର୍ଯ୍ୟ ପରାଗ କର୍କଟ ରାଶିର ଲୋକଙ୍କ ପାଇଁ ଅପ୍ରୀତିକର ଫଳାଫଳ ଦେବ I ଏହି ସମୟରେ, ଯୁକ୍ତିରୁ ଦୂରେଇ ରହିବା ଜରୁରୀ ସାଙ୍ଗମାନଙ୍କ ସହିତ ବିବାଦ ହୋଇପାରେ I ପରିବାରରେ ମଧ୍ୟ କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ I ଆପଣ ପିଲାମାନଙ୍କର ଯତ୍ନ ନିଅନ୍ତୁ I
ତୁଳା : ଏହି ସୂର୍ଯ୍ୟ ପରାଗ ତୁଳା ରାଶି ର ବ୍ୟକ୍ତି ଙ୍କ ଉପର ସାମାନ୍ୟ ଖରାପ ପ୍ରଭାବ ପକାଇବ I ଏହି ସମୟ ରେ କ୍ରୋଧିତ ହୁଅନ୍ତୁ ନାହିଁ ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ I କାହାକୁ ଅପମାନିତ କରନ୍ତୁ ନାହିଁ I
ବିଛା: ସୂର୍ଯ୍ୟପରାଗରର ବିଛା ରାଶି ର ଲୋକଙ୍କ ମନରେ ଅନେକ ପ୍ରଭାବ ପଡ଼ିବ I ଟେନସନ, ଅଶାନ୍ତି ହୋଇପାରେ କିମ୍ବା ଆପଣ ଦ୍ୱନ୍ଦ୍ୱରେ ପଡି ପାରନ୍ତି I କର୍ମକ୍ଷେତ୍ରରେ ଧର୍ଯ୍ୟବାନ ହୁଅନ୍ତୁ I ପରିବାରରେ ମାଙ୍ଗଳିକ କର୍ମ ଦ୍ୱାରା ଖର୍ଚ୍ଚ ବଢିପାରେ ସାମୟିକ ସ୍ଥାନାନ୍ତର ଯୋଗ ରହୁଛି I
ଧନୁ : ଧନୁ ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଅନାବଶ୍ୟକ ପରିସ୍ଥିତି ଆଣିବ | ଏହି ସମୟରେ ଖର୍ଚ୍ଚ ବଢିବ | କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ I ଭ୍ରମଣ ଯୋଗ ରହିଛି I

Leave A Reply

Your email address will not be published.