ସୈନିକ ସ୍କୁଲ ଭୁବନେଶ୍ୱରର ପୁରସ୍କାର ବିତରଣ ସମାରୋହ

174

ଛାତ୍ରଛାତ୍ରୀମାନେ ସେବା, କŧର୍ବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ- ରାଜ୍ୟପାଳ

ଭୁବନେଶ୍ୱର, ତା ୨୧.୦୪.୨୦୨୫ – ଛାତ୍ରଛାତ୍ରୀମାନେ ସେବା, କŧର୍ବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା ନିମନ୍ତେ ସଂକଳ୍ପ ନେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ଅପ୍ରେଲ ୨୧ ତାରିଖ ଅପରାହ୍ନରେ ସୈନିକ ସ୍କୁଲ ଭୁବନେଶ୍ୱରର ବାର୍ଷିକ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବାର୍ଷିକ ପୁରସ୍କାର ବିତରଣ ସମାରୋହ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀ, ସେମାନଙ୍କୁ ଲାଳନ ପାଳନ କରିଥିବା ପିତାମାତା ଏବଂ ଆମ ଦେଶର ଭବିଷ୍ୟତ ଗଢ଼ୁଥିବା ସ୍କୁଲ ପାଇଁ ଏକ ଉତ୍ସବ, ସ୍ୱୀକୃତି ଓ ଗର୍ବର ଦିନ । ଶିକ୍ଷା, କ୍ରୀଡ଼ା, ସହ ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ଅନୁକରଣୀୟ ଶୃଙ୍ଖଳାରେ ସଫଳତା ପାଇଁ ସମ୍ମାନିତ / ପୁରସ୍କୃତ ହେଉଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ଏହା ସେମାନଙ୍କର ଭବିଷ୍ୟତ ଯାତ୍ରାରେ ମାଇଲ୍‌ଖୁଂଟ ହେଉ ଏବଂ ଆହୁରି ଅନେକ ସଫଳତା ପାଇଁ ପ୍ରେରଣା ଦେଉ ବୋଲି କାମନା କରିଥିଲେ ।


ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବାରେ ନିଷ୍ଠାପରତା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ ଏବଂ ର୍କମଚାରୀଙ୍କର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନ ଅନେକ ପ୍ରତିଷ୍ଠିତ ଅଧିକାରୀ, ସରକାରୀ କର୍ମଚାରୀ, ବିଭିନ୍ନ ବୃŧିଧାରୀ ଏବଂ ଦାୟିତ୍ୱବାନ
ନାଗରିକଙ୍କୁ ସୃଷ୍ଟି କରିଛି, ଯେଉଁମାନେ ସ୍କୁଲ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି ।

Comments are closed, but trackbacks and pingbacks are open.