ସାର ପରିବର୍ତ୍ତେ ‘ନାନୋ ପାର୍ଟିକିଲ୍’ କୃଷକ ଙ୍କ ବ୍ୟବହାର ନିମନ୍ତେ IIT କାନପୁରର ନୂତନ ଆବିଷ୍କାର

21

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକ ଅଭିନବ ଉଦ୍ଭାବନ କରିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ମାନେ । ମୃତିକାକୁ କ୍ଷତି ପହଞ୍ଚାଉନଥିବା ଏକ ପ୍ରକାର ସାର ଉଦ୍ଭାବନ କରିଛନ୍ତି । ନାନୋ ପାର୍ଟିକିଲର ଏହି ସାରଟି ମୃତିକାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଉନଥିବା ବେଳେ ଏହା ଫସଲକୁ କୀଟଦାଉରୁ ରକ୍ଷା କରିଥାଏ । ଏହି ନାନୋ ପାର୍ଟିକିଲର ନାମ ବାୟୋ ଡିଗ୍ରେଡେବଲ କାର୍ବୋନଏଡ ମେଟାବୋଲାଇଟ (ବାୟୋଡିସିଏମ୍) ରଖାଯାଇଛି । ଆଇଆଇଟି କାନପୁର ପକ୍ଷରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ରାଇସ୍ ରିସର୍ଚ୍ଚର ସି କନ୍ନନ ଓ ଦିବ୍ୟା ମିଶ୍ର ଏବଂ ହାଇଦ୍ରାବାଦ ୟୁନିଭର୍ସିଟିର ରସାୟନ ବିଜ୍ଞାନ ବିଭାଗର ଆର. ବାଲା ମୁରୁଗନ ଓ ମୋଉ ମଣ୍ଡଳଙ୍କ ସହିତ ମିଶି ଏହି ବାୟୋଡିସିଏମ୍ ପ୍ରସ୍ତୁତ କରାଯାଇଛି
କୃଷି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନାନୋ ପାର୍ଟିକିଲ୍ସ ତିଆରି କରାଯାଇଥିବା ନେଇ ଆଇଆଇଟି କାନପୁରର ନିର୍ଦ୍ଦେଶକ ଅଭୟ କାରାଣ୍ଡିକର କହିଛନ୍ତି । ଏହି ବ୍ୟବସ୍ଥା ଫସଲକୁ କୀଟ ଦାଉରୁ ରକ୍ଷା କରିବା ସହିତ ଜୈବ ବିବିଧତାକୁ ମଧ୍ୟ ବଜାୟ ରଖିଥାଏ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କୃଷିରେ କୀଟମାନଙ୍କ ପାଇଁ ପ୍ରାୟ ୪୦ ପ୍ରତିଶ୍ରତ କ୍ଷତି ହୋଇଥାଏ । ସମଗ୍ର ବିଶ୍ୱରେ ଏହି କାରଣ ପାଇଁ ୨୯୦ ବିଲିୟନ୍ ଡଲାର ଅପଚୟ ହୋଇଥାଏ । ଏହା ପୂର୍ବରୁ ମଧ୍ୟ ଆଇଆଇଟି କାନପୁର ପକ୍ଷରୁ ବିଭିନ୍ନ କୃଷି ଉପକରଣ ଉଦ୍ଭାବନ କରାଯାଇଛି । ମାତ୍ର ୯୦ ସେକେଣ୍ଡରେ ମୃତିକାର କ୍ୱାଲିଟି ପରୀକ୍ଷଣ କରୁଥିବା ଏକ ଯନ୍ତ୍ର ଉଦ୍ଭାବନ କରାଯାଇଥିଲା ।

Comments are closed, but trackbacks and pingbacks are open.