ସାଇବର ଠକଙ୍କ ଜାଲରେ ମନ୍ତ୍ରୀଙ୍କ ଝିଅ

19

ସାଇବର ଠକଙ୍କ ଜାଲରେ ମନ୍ତ୍ରୀଙ୍କ ଝିଅ । ଦେଢ ଲକ୍ଷ ଟଙ୍କା ଆଖି ପିଛୁଳାକେ ହରନ ଚାଲ । ବିନା ଓଟିପି ସେୟାରେ ଟଙ୍କା ହୋଇଗଲା ଚୋରି । ଥାନାରେ ଏତଲା ଦେଲେ ଦୀପାଳି । ପୁଣି ଚର୍ଚ୍ଚାରେ ଦୀପାଳି ଦାସ ।ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ ଦେଢ ଲକ୍ଷ ଟଙ୍କାର ଠକେଇର ଶିକାର ହେଇଛନ୍ତି । ଏ ନେଇ ଦୀପାଳି ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର । ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟ ରହିଛି ।

ଯେଉଁ ଆକାଉଂଟରୁ ତାଙ୍କ ଟଙ୍କା ଗାଏବ ହୋଇଛି । ସେ ଲିଖିତ ଅଭିଯୋଗ କରି କହିଛନ୍ତି, ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଏକ ଓଟିପି ନମ୍ବର ଥିଲା । ସେ ଏହି ଓଟିପିକୁ କାହା ସହ ସେୟାର କରିନଥିଲେ ମଧ୍ୟ ପରେ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ୧ ଲକ୍ଷ ଓ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଟଙ୍କା କଟିବା ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟକୁ ମଧ୍ୟ ଦେଇଛନ୍ତି ।

ପୋଲିସ ଦୀପାଳି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ସାଧାରଣତଃ ଓଟିପି ସେୟାର କଲେ କିମ୍ବା ଲିଙ୍କରେ କ୍ଲିକ କଲେ ସାଇବର ଠକଙ୍କ ଜାଲରେ ପଡିବାର ସମ୍ଭାବନା ଥାଏ । କିନ୍ତୁ ଦୀପାଳିଙ୍କ ଏତଲା ଅନୁସାରେ ସେ ଓଟିପି ସେୟାର କରିନଥିଲେ ମଧ୍ୟ କିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed, but trackbacks and pingbacks are open.