ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଲା ନିର୍ବାଚନ

20

ସରପଞ୍ଚ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଲା ସରପଞ୍ଚ ନିର୍ବାଚନ । ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି ବରଗଡ଼ ଉପ-ଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ । ସୂଚନାନୁସାରେ ବରଗଡ଼ ଜିଲ୍ଲା ଭଟ୍‌ଲି ବ୍ଲକ କେଲେଣ୍ଡା ପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଥିବା ସରୋଜ ସେଠଙ୍କ ମୃତ୍ୟୁ ହୋଇଛି I ଏହା ପୂର୍ବରୁ ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ I ତେବେ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍‌ଙ୍କ ମୃତ୍ୟୁ ହେବା ପରେ ଆସନ୍ତାକାଲି ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଏନେଇ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ସୂଚନା ଦେଇଛନ୍ତି ।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କାଲି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପୋଲିଂ ପାର୍ଟି ବୁଥରେ ପହଞ୍ଚିଯିବେ । କାଲି ୭୧ ବ୍ଲକର ୧୬୬୯ ପଞ୍ଚାୟତର ୨ ଶହ ଜିଲ୍ଲା ପରିଷଦରେ ଭୋଟ ଗ୍ରହଣ କରାଯିବ । ୨ ଶହ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Comments are closed, but trackbacks and pingbacks are open.