ସମ୍ବଲପୁରରେ ପୋଲିସ ଛାଉଣୀ ୧୭ଯାଏ ଇଣ୍ଟରନେଟ ବନ୍ଦ

15

ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ଦେଖା ଦେଇଥିବା ଉତ୍ତେଜନା ଉଗ୍ର ରୂପ ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ ବିଭାଗ । ସୋସିଆଲ ମିଡିଆରେ ହିଂସା ସୃଷ୍ଟିକାରୀ ବାର୍ତ୍ତା ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ପୁରା ଅଞ୍ଚଳରେ ଅନିର୍ଦ୍ଦଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ରହିଛି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର ସହର । ପରିସ୍ଥିତିକୁ ଦେଖି ଗତକାଲି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଥିଲା । ଘରୁ ବାହାରିବା ଉପରେ କଟକଣା ଲଗାଇଥିଲା ପ୍ରଶାସନ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଥିଲା । ତେବେ ସ୍ଥିତିରେ ସୁଧାର ନହେବା ଯାଏଁ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି ।

ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ଭିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି ଜଣାପଡ଼ିଛି। ପ୍ରଥମେ ଯୁବକଙ୍କୁ ପଥରମାଡ଼ କରିଥିଲେ ନିର୍ଦ୍ଧିଷ୍ଟ ଗୋଷ୍ଠୀ । ସେ ତଳେ ପଡିଯିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ରହିଛି। ଏକାଧିକ ଦୁର୍ବୃତ୍ତ ଏହି ଆକ୍ରମଣରେ ସାମିଲ ଥିବା ସୂଚନା ରହିଛି। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଏବେ ସାରା ସମ୍ବଲପୁର ସହର ପୋଲିସ ଛାଉଣୀ । ସୁରକ୍ଷା ବଳୟ ଭିତରେ କରାଯାଇଛି ଶୋଭାଯାତ୍ରା ।

Comments are closed, but trackbacks and pingbacks are open.