‘ସମ୍ପୂର୍ଣ୍ଣ’ ଅଫିସ ରେ ହେଲା କ୍ରାଇମ ସିନ ରିକ୍ରିଏସନ

19

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରି ବାରମ୍ବାର କ୍ରାଇମ ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ଦୟାଲ ଆଶ୍ରମ, ବଧିପାଟଣା ଆଦି ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ମଧ୍ୟ ସବୁ ସତ ମାନିଥିବାନେଇ ସୂଚନା ରହିଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସମ୍ପୂର୍ଣ୍ଣ ଅଫିସ୍ ଅଣାଯାଇଛି । ଉଭୟ ଅଭିଯୁକ୍ତଙ୍କ ମୁହଁ ଘୋଡ଼ାଇ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସମ୍ପୂର୍ଣ୍ଣ ଅଫିସକୁ ଆଣିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ପ୍ରଶ୍ନ ପଚାରିଥିଲେ ବି କୌଣସି ଉତ୍ତର ମିଳି ନଥିଲା । ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ଅଫିସରେ କାଗଜପତ୍ର ସବୁ ଯାଞ୍ଚ କରିଛନ୍ତି ଅଧିକାରୀ । କାରଣ ଏଠାରେ ହିଁ ହୋଇଥିଲା ପୁରା ଅପହରଣ ଆଉ ମର୍ଡରର ବ୍ଲୁପ୍ରିଣ୍ଟ । ଏପରିକି ହତ୍ୟାକାଣ୍ଡ ପରେ ପ୍ରମାଣ ଲୁଚାଇବାକୁ ବି-୨୦୪ ଆପାର୍ଟମେଣ୍ଟରେ କାରକୁ ଲୁଚାଯାଇଥିଲା । ତେଣୁ ସବୁ ବିବାଦର ମୂଳ କୁହାଯାଇଥିବା ମେମୋରି ଚିପ୍ ନିରଞ୍ଜନ ଓ ଶର୍ମିଷ୍ଠା କାଳେ ଏଠାରେ ଲୁଚାଇଥାଇପାରନ୍ତି, ତାକୁ ନେଇ ଖୋଳତାଡ଼ ହୋଇଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ କିଭଳି ହୋଇଥିଲା, ଶବ କିଭଳି ପୋତା ଯାଇଥିଲା, ସେ ଉପରୁ ପରଦା ହଟିସାରିଥିବା ବେଳେ ଏବେ ଯାହା ଅସ୍ପଷ୍ଟ ରହିଛି, ତାହା ହେଲା ହତ୍ୟାକାଣ୍ଡର ପ୍ରକୃତ କାରଣ ।

ତେବେ ଆଜି ଶର୍ମିଷ୍ଠା ଙ୍କୁ ତାଙ୍କ ସ୍କାୟ ଟାୱାର ଆପାର୍ଟମେଣ୍ଟ କୁ ନିଆଯିବI ସମୟରେ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜଣ ସାଧାରଣ ଙ୍କ ଅସମ୍ଭବ ଭିଡ଼ ଯୋଗୁଁ ଠେଲାପେଲା ରେ ସାହାର୍ମିଷ୍ଠ ତଳେ ପଡିଯାଇ ତାଙ୍କ ମୁହଁ ଫାଟିଯାଇଥିବା ସୂଚନା ମିଳିଛି ।

ଆଜି ଅଭିଯୁକ୍ତ ମାନଙ୍କର ୫ ଦିନିଆ ରିମାଣ୍ଡ ଅବଧି ସରୁଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ମୁହଁ ରୁ ସମ୍ପୂର୍ଣ୍ଣ ସତ୍ୟ ଓଗାଳିପାରିନାହିଁ କ୍ରାଇମବ୍ରାଞ୍ଚ I କେବଳ ଜନସାଧାରଣ ଜାଣିଥିବା ଭଳି ମାନସ ହତ୍ୟାକାଣ୍ଡ ର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଗଲା, ତେବେ ହତ୍ୟା ପଛର କାରଣ ନେଇ କୌଣସି ସଠିକ ତଥ୍ୟ ପାଇନାହିଁ । ଏ ପରିକି ମେମୋରୀ ଚିପ୍ ବାବଦରେ ମଧ୍ୟ କୌଣସି ସତ୍ୟ ଓଗାଳି ପାରିନାହିଁ କ୍ରାଇମବ୍ରାଞ୍ଚ । ଯାହା ସାଧାରଣ ରେ ପ୍ରଶ୍ନ ଉଠୁଛି କେବଳ ଗୋଟିଏ ମେମୋରୀ ଚିପ ପାଇଁ ଏ ଭଳି ଜଘନ୍ୟ ଅପରାଧ ହୋଇ ନ ପାରେ I ଏହା ପଛର ଅସଲ କାରଣ ,ଏଥିରେ ଆଉ କେଉଁ ବଡ଼ ମୁଣ୍ଡି ସାମିଲ ତାର କାରଣ ଯଦି ବାହାରକୁ ଆସିବ, ତେବେ ପ୍ରକୃତ ସତ୍ୟ ଜଣା ପଡନ୍ତା,କିମ୍ବା କ୍ରାଇମବ୍ରାଞ୍ଚ ଜାଣିଶୁଣି କେବଳ ହତ୍ୟା ଘଟଣା ବ୍ୟତୀତ ଅନ୍ୟ କୌଣସି ତଥ୍ୟ ବାହାରକୁ ଆଣୁ ନାହିଁ ତାହା ଜଣା ପଡୁନାହିଁ I ପୂର୍ବରୁ ମଧ୍ୟ ଏହିଭଳି ଦୁଇ ଦୁଇଟି ସନ୍ଦେହ ଜଣକ ମୃତ୍ୟୁ ଘଟଣା ଉପରୁ ଏଯାଏଁ ପରଦା ଉଠିପାରିନାହିଁ I ଗୋଟିଏ ହେଉଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଏବଂ ଅନ୍ୟଟି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ I ଏ ଦୁଇଟି ଘଟଣାର ମଧ୍ୟ ତଦନ୍ତ ବାଟବଣା ହୋଇଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି I

Comments are closed, but trackbacks and pingbacks are open.