ରାଜନୀତି ପାହାଚ ଚଢ଼ିବେ କି ଆଦାନୀ ?

21

ବିଶ୍ଵର ତୃତୀୟ ତଥା ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଇ ଆସିଛନ୍ତି ବିରୋଧୀ। ତେବେ ପ୍ରଥମ ଥର ପାଇଁ ନିଜେ ଗୌତମ ଆଦାନ ପ୍ରଧାନମନ୍ତ୍ରୀଙ୍କ ସହ ଘନିଷ୍ଠତା ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମୋ ବ୍ୟବସାୟ କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଚାଲୁନି । ଦେଶର ମୋଟ ୨୨ ଟି ରାଜ୍ୟରେ ମୋର ବ୍ୟବସାୟ ଚାଲିଛି। ଯେଉଁଠି ବିଜେପି ବିରୋଧୀ ସରକାର ମଧ୍ୟ ଅଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ଆଦାନୀ।

ଏନେଇ ସେ କହିଛନ୍ତି ଯେ, “ସମ୍ଭାବନା ଥିବା ପ୍ରତ୍ୟେକ ରାଜ୍ୟରେ ମୁଁ ଅଧିକ ନିବେଶ କରିବାକୁ ଚାହୁଁଛି। ପ୍ରକୃତରେ ଆଦାନୀ ଗ୍ରୁପ ଖୁସୀ ଯେ ଆଜି ଆମର ୨୨ଟି ରାଜ୍ୟରେ ବ୍ୟବସାୟ ଚାଲିଛି। ତେବେ ସବୁ ରାଜ୍ୟ କିନ୍ତୁ ବିଜେପି କ୍ଷମତାରେ ନାହିଁ। କୌଣସି ରାଜ୍ୟ ସରକାରଙ୍କ ସହ ଆମର ସମସ୍ୟା ନାହିଁ। ବାମପନ୍ଥୀ ସରକାର ଥିବା କେରଳରେ ମଧ୍ୟ ଆମ ବ୍ୟବସାୟ ଚିଲିଛି। ମମତା ଦିଦିଙ୍କ ରାଜ୍ୟ ବେଙ୍ଗଲରେ କାମ କରୁଛୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଜୀଙ୍କ ସହ ମିଶି ବି କାମ କରୁଛୁ। ଜଗନମୋହନ ରେଡ୍ଡୀ ଷ୍ଟେଟ୍ ଏମିତିକି କେସିଆରଙ୍କ ରାଜ୍ୟରେ ବି ଆମର ବ୍ୟବସାୟ ଚାଲିଛି।”

ତେବେ ଗତକାଲି ପ୍ରସାରିତ ହୋଇଥିବା ଆଦାନୀଙ୍କ ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ, “ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ କୌଣସି ବ୍ୟକ୍ତିଗତ ସାହାଯ୍ୟ ନେଇପାରିବେ ନାହିଁ। ତେବେ ହଁ ଜାତୀୟ ସ୍ୱାର୍ଥ ପାଇଁ କୌଣସି ପିଲିସ ବିଷୟରେ ଆଲୋଚନା କରିପାରିବେ। ଆଉ ଯେତେବେଳେ ସରକାର ଏକ ପଲିସି ଆଣନ୍ତି ସେତେବେଳେ ତାହା କେବଳ ଆଦାନୀ ପାଇଁ ନୁହେଁ ସମସ୍ତଙ୍କ ପାଇଁ ହୁଏ।”

ସେହିପରି ମୋଦୀ କେନ୍ଦ୍ରରେ ସରକାରକୁ ଆସିବା ପରେ ଅର୍ଥାତ୍ ୨୦୨୪ ପରେ ତାଙ୍କ ବ୍ୟବସାୟ ବୃଦ୍ଧି ହୋଇଛି ବୋଲି ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ରହିଛି ତାକୁ ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସେ କହିଛନ୍ତି ଯେ, ମୋଦୀ ସରକାର ଆସିବା ପରେ ତାଙ୍କୁ ସଫଳତା ମିଳିଛି ବୋଲି ଭାବିବା ଭୁଲ। ତେବେ କେବଳ ଆାଦାନୀ ପାଇଁ ମୋଦୀ ସରକାର ସବୁ କିଛି କରିଛନ୍ତି ଏକଥା ଭୁଲ ବୋଲି ଆଦାନୀ ଏହି ସାକ୍ଷାତକାରରେ ଦର୍ଶାଇବାକୁ ଚେଷ୍ଟା କରିଥିଲେ।

Comments are closed, but trackbacks and pingbacks are open.