ମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀ

35

ରାଜନୈତିକ ସ୍ତରରେ ମମତା-ମୋଦୀଙ୍କ ମଧ୍ୟରେ କଣ ସମ୍ପର୍କ ତାହା ବୋଧହୁଏ କାହାକୁ ଅଛପା ନାହିଁ । ଉଭୟଙ୍କ ମଧ୍ୟରେ ରାଜନୈତିକ ମତଭେଦକୁ ନେଇ ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ ଏହି ରାଜନୈତିକ ମତଭେଦ ବ୍ୟକ୍ତିଗତ ସମ୍ପର୍କକୁ ଖରାପ କରିନି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଏକ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଛନ୍ତି । ୧୨ ବର୍ଷର ପରମ୍ପରାକୁ ପାଳନ କରିବା ସହ ଚଳିତ ବର୍ଷ ମଧ୍ୟ ପିଏମକୁ ଆମ୍ବ ପଠାଇଛନ୍ତି ମମତା । ବୁଧବାର ଏହି ଆମ୍ବକୁ ପିଏମଓକୁ ପଠାଯାଇଛି ।

ମିଳିଥିବା ସୂଚନା ମୁତାବକ, ବିଭିନ୍ନ କିସମର ଆମ୍ବ ପିଏମଓକୁ ପଠାଇଛନ୍ତି ମମତା । ଆଗାମୀ ଦିନେ କି ଦୁଇ ଦିନ ମଧ୍ୟରେ ଏହି ଆମ୍ବ ବାକ୍ସ ପିଏମଓ ଅଫିସରେ ପହଞ୍ଚିବ । କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୁହେଁ ବରଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ ମଧ୍ୟ ଏହି ଆମ୍ବ ପଠାଇଛନ୍ତି ମମତା । ଗତବର୍ଷ ମମତା ବାନାର୍ଜୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଆମ୍ବ ପଠାଇଥିଲେ । କେବଳ ଏତିକି ନୁହେଁ ଦୁର୍ଗାପୂଜା ସମୟରେ ମମତା ବାନାର୍ଜୀ ତାଙ୍କୁ କୁର୍ତ୍ତା -ପାଇଜାମା ସହ ମିଠା ପଠାଇଥାନ୍ତି ବୋଲି କହିଥିଲେ ମୋଦୀ ।

Comments are closed, but trackbacks and pingbacks are open.