ଭୁବନେଶ୍ବରରେ ପହଞ୍ଚିଲେ ହକି ଟିମ୍

23

ହକି ବିଶ୍ୱକପକୁ ଆଉ ମାତ୍ର ୯ ଦିନ । ଭୁବନେଶ୍ୱରରେ ପହଞ୍ଚିଛି ୨୦୧୮ ବିଶ୍ୱକପର ରୌପ୍ୟପଦକ ବିଜେତା ନେଦରଲାଣ୍ଡସ ଟିମ୍ । କଡ଼ା ସୁରକ୍ଷାରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ୧୪ ତାରିଖରେ ରାଉରକେଲାରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲାଣ୍ଡ୍ସ । ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲାଣ୍ଡ୍ସ ଦଳ ପ୍ରମୁଖ ଦାବିଦାର ରହିଛି ।

ବିଶ୍ୱକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ନେଦରଲାଣ୍ଡ୍ସ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ ମ୍ୟାଚ୍ ଖେଳି ୬୧ ମ୍ୟାଚ୍ ଜିତିଛି । ନେଦରଲାଣ୍ଡ୍ସ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ୱିତୀୟରେ ରହିଛି ଭାରତ । ଆଗାମୀ ବିଶ୍ୱକପ୍ ଆୟୋଜନ କରୁଥିବା ନେଦରଲାଣ୍ଡ୍ସ ପ୍ରଥମ ବିଶ୍ୱକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି ।

ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ଜିତିଛି ୪୦ । ବିଜୟ ହାର ୪୨ ପ୍ରତିଶତ । ୧୯୭୫ରେ ହିଁ କେବଳ ଥରେ ବିଶ୍ୱକପ୍ ଜିତିଛି ଭାରତ । ୨୦୧୮ରେ ଓଡ଼ିଶାର ଅନୁଷ୍ଠିତ ବିଶ୍ୱକପରେ ବିଜେତା ହୋଇଥିଲା ବେଲଜିୟମ୍ ।

Comments are closed, but trackbacks and pingbacks are open.