ଭାରତ ଯୋଡ଼ ଯାତ୍ରାରେ ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ

35

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଏବେ କର୍ଣ୍ଣାଟକରେ ପହଞ୍ଚିଛି । ଶୁକ୍ରବାର ମାଣ୍ଡ୍ୟା ଜିଲ୍ଲାରେ ବିଦଙ୍ଗତ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ମା ଇନ୍ଦିର ଲଙ୍କେଶ ଏବଂ ଭଉଣୀ କବିତା ଲଙ୍କେଶ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସେମାନେ ରାହୁଲ ଗାନ୍ଧୀଙ୍କୁ ଭେଟିବା ସହ କିଛି ବାଟ ପଦଯାତ୍ରା କରିଥିଲେ । ଇନ୍ଦିରାଙ୍କୁ ରାହୁଲ ଗାନ୍ଧୀ ପଦଯାତ୍ରାକୁ ସ୍ୱାଗତ କରିବା ସହ ତାଙ୍କ ହାତଧରି ଚାଲିଥିଲେ । ଭାରତ ଯୋଡ଼ ଯାତ୍ରାରେ ଗୌରୀ ଲଙ୍କେଶଙ୍କ ପରିବାରଙ୍କ ସାମିଲକୁ ନେଇ ରାହୁଲ ଭାବୁକ ହୋଇପଡ଼ିଥିଲେ । ସେ ଟ୍ୱିଟ୍ କରି କହିଛନ୍ତ ‘ଗୌରୀ ସତ୍ୟ, ସାହସ ଓ ସ୍ୱତନ୍ତ୍ରତା ପାଇଁ ଛିଡ଼ା ହୋଇଥିଲେ । ମୁଁ ଗୌରୀ ଲଙ୍କେଶ ଏବଂ ତାଙ୍କ ପରି ଭାରତର ଭାବନାକୁ ପ୍ରତିନିଧିତ୍ୱ କରୁଥିବା ଅଗଣିତ ଲୋକଙ୍କ ପାଇଁ ଛିଡ଼ା ହୋଇଛି ।’ ସେ ଆହୁରି କହିଛନ୍ତି, ଭାରତ ଯୋଡ଼ ଯାତ୍ରା ସେମାନଙ୍କ ସ୍ୱର । ଏହାକୁ କେବେ ବି ବନ୍ଦ କରାଯାଇନପାରେ ।’ ସୂଚନାଯୋଗ୍ୟ, ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ୨୦୧୭ ସେପ୍ଟେମ୍ବର ୫ ତାରିଖ ରାତିରେ ବେଙ୍ଗାଲୁରୁର ରାଜରାଜେଶ୍ୱରୀ ନଗରସ୍ଥିତ ବାସଭବନରେ ଗୁଳିମାରି ହତ୍ୟା କରାଯାଇଥିଲା ।

Comments are closed, but trackbacks and pingbacks are open.