ବ୍ରଜରାଜନଗରରେ ଅପରାଧର ଛିଟା

14

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାନ୍ତି।ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗତକାଲି ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। ଶୋଭାଯାତ୍ରା ସମୟରେ ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବର୍ନ୍ଧନା ଦେଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା। ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ଝାରସୁଗଡାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପଲୋ ହସ୍‌ପିଟାଲରେ ଅଣାଯାଇଥିଲା ଏହା ପରେ ମଧ୍ୟ ସ୍ବତନ୍ତ୍ର ମେଡିକାଲ ବିଶେଷଜ୍ଞ ଟିମ୍‌ ନବ ଦାସଙ୍କୁ ବଞ୍ଚାଇ ପାରି ନାହାନ୍ତି।

ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ନବ ଦାସ ଆଉ ନାହାନ୍ତି ସତ କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଲଢ଼େଇ କରିଥିବା ନବ ଦାସଙ୍କୁ ପଶ୍ଚିମ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ। ଏହାରି ଭିତରେ ଯଦି ଆମେ ବ୍ରଜରାଜନଗର ରେ ଅପରାଧର ଛିଟା ଦେଖିବା। ତାହେଲେ ସେହି ମାଟିରେ ଜଣେ ବିଧାୟକ ଅପରାଧରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଜଣଙ୍କ ଉପରେ ଆକ୍ରମଣ ହୋଇ ମୃତ୍ୟୁ ହେଉଛି ଯାହା ଭିନ୍ନ କିଛି ଇସାରା ଦେଉଛି। ଯଦି ଆମେ ଦେଖିବା ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତିଙ୍କ ଏରିଆ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବଦାସ ଏ ଅଞ୍ଚଳରେ ମଧ୍ୟ ହସ୍ତକ୍ଷେପ କରନ୍ତି। ପୂର୍ବରୁ ଏହି ଅଞ୍ଚଳର ବିଧାୟକ ଅନୁପ ସାଏ ଅପରାଧ କରି ବ୍ରଜରାଜନଗରରେ କଳଙ୍କ ଛିଟା ଲଗାଇଛନ୍ତି।

ସେ କଳ୍ପନା ଦାସ ଓ ପ୍ରଭାତି ଦାସଙ୍କ ଡବଲ ମର୍ଡର କେସରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଅନୁପ ସାଏ ମଧ୍ୟ ୨୦୦୯ରେ କଂଗ୍ରେସ ଟିକଟରେ ବିଧାୟକ ହୋଇ ପରେ ବିଜେଡ଼ିରେ ଯୋଗ ଦେଇଥିଲେ। ନବ ଦାସ ମଧ୍ୟ ବିଜେଡ଼ିରେ ଯୋଗ ଦେଇ ମନ୍ତ୍ରୀପଦ ହାତେଇବା ପୁର୍ବରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି। ଏଠି ସାଧାରଣରେ ପ୍ରଶ୍ନ ଏଠି ଏଏସଆଇ ଗୋପାଳ ମନ୍ତ୍ରୀଙ୍କୁ କାହିଁକି ଗୁଳି ମାରିଲା ? କଣ ତାହାର କିଛି ବ୍ୟକ୍ତିଗତ ଶତ୍ରୁତା ଥିଲା ନ ଆଉ କିଛି? ଯଦି ରାଜ୍ୟରେ ମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ଜନତା କେତେ ସୁରକ୍ଷିତିଯାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

Comments are closed, but trackbacks and pingbacks are open.