ବଚନଙ୍କୁ ଫାଇନାଲ ମ୍ୟାଚ ମନା; ହେଲେ କାହିଁକି ଏମିତି କହିଲେ ଫ୍ୟାନ୍ସ ?

370

ମୁମ୍ବାଇ : ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଆଇସିସି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଏବେ ଭାରତ ୧୯ତାରିଖରେ ଫାଇନାଲ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ଦେଖିବା ପାଇଁ ସାରା ବିଶ୍ବ ଚାତକ ଭାବେ ଚାହିଁ ବସିଥିବା ବେଳେ ଲୋକେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ମ୍ୟାଚ୍ ନଦେଖିବାକୁ ଅନୁରୋଧ କରିଛନ୍ତି । ବିଗ୍ ବିଙ୍କ ଏକ ଏକ୍ସ (ପୂର୍ବରୁ ଟ୍ବିଟର)ରେ ପୋଷ୍ଟ ପରେ ଲୋକେ ତାଙ୍କୁ ଏଭଳି ଅନୁରୋଧ କରିଛନ୍ତି ଲୋକେ ।

ସୂଚନା ମୁତାବକ, ଭାରତ ସେମିଫାଇନାଲ ଜିତିବା ପରେ ଖୁସି ବ୍ୟକ୍ତ କରି ବିଗ୍ ବି ଲେଖିଥିଲେ ଯେ, ମୁଁ ଯେତେବେଳେ ମ୍ୟାଚ୍ ଦେଖେ ନାହିଁ, ସେତବେଳେ ଆମେ ଜିତି ଯାଉ ବା ଭାରତ ଜିତି ଯାଏ । ତାଙ୍କର ଏହି ପୋଷ୍ଟ ପରେ ଦୟାକରି ଆପଣ ଫାଇନାଲ ମ୍ୟାଚ୍ ଦେଖିବେ ନାହିଁ ବୋଲି ଲୋକେ ତାଙ୍କୁ ଅନୁରୋଧ କରିଥିବା ଦେଖାଯାଇଛି ।

ଆଉ ଜଣେ ଫ୍ୟାନ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ, ‘ଧନ୍ୟବାଦ ସାର୍, ଆପଣ ଏହି ମ୍ୟାଚ୍ ଦେଖି ନାହାଁନ୍ତି’ । ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି, ‘ଦୟାକରି ଫାଇନାଲ୍ ଦେଖନ୍ତୁ ନାହିଁ ‘। ସେହିଭଳି ପ୍ରଶଂସକମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି ଏବଂ ବିଗ୍ ବିଙ୍କୁ ଫାଇନାଲ୍ ମ୍ୟାଚ୍ ନ ଦେଖିବା ପାଇଁ ପରାମର୍ଶ ଦେଉଛନ୍ତି ।

Comments are closed, but trackbacks and pingbacks are open.