ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ କଂଗ୍ରେସ

21

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୈତିକ ମହଲ ସରଗରମ ହୋଇ ଉଠିଛି । ଏନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ଙ୍କ ନେତୃତ୍ୱରେ, କଂଗ୍ରେସ ଦଳ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ । ଉତ୍ତର ପ୍ରଦେଶ ଗସ୍ତରେ ଆସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ନେତା, କର୍ମକର୍ତ୍ତାଙ୍କ ସହିତ ଫଟୋ ଉଠାଇ ସେମାନଙ୍କର ଉତ୍ସାହ ବଢାଇବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଜିଲ୍ଲାବାରି ବୈଠକ ମଧ୍ୟ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ କିଏ ହେବ ମୁଖ୍ୟମନ୍ତ୍ରୀ ଫେସ୍‌? ସେ ନେଇ ମଧ୍ୟ କଂଗ୍ରେସ ମହାସଚିବ ହିଁ ନିଷ୍ପତ୍ତି ନେବେ। ଏନେଇ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କୌଣସି ନିଷ୍ପତ୍ତି ନେଇ ନ ଥିଲେ ବି ଉତ୍ତର ପ୍ରଦେଶ ବିଧାନସଭାର ୪୦୩ଟି ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବ। କୌଣସି ରାଜନୈତିକ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ। ଦୃଢ଼ ବିଶ୍ୱାସର ସହ ଆମେ ନିର୍ବାଚନ ଲଢ଼ିବୁ। ଆଗ୍ରା ଗସ୍ତରେ ଥିବା ସଲ୍‌ମାନ୍‌ ଖୁର୍ସିଦ୍‌ କହିଛନ୍ତି, ‘ନିର୍ବାଚନୀ ଇସ୍ତାହାରରେ ସାଧାରଣ ଜନତାଙ୍କ ଦାବି ସାମିଲ କରାଯିବ। ଦଳୀୟ ସଦସ୍ୟମାନେ ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଜାଣିବା ଲାଗି ଜନସାଧାଣଙ୍କ ସହ ଯୋଗାଯୋଗ କରୁଛନ୍ତି। ’ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଲାଗି ଦଳୀୟ କର୍ମୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯିବେ।

ସୂଚନା ମୁତାବକ ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ଘନ ଘନ ରାୟବରେଲୀରେ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ I ରାୟବରେଲୀ ପହଞ୍ଚିବା କ୍ଷଣି ଚୁରୁଭା ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଥିଲେ। ଏଠାରୁ ହିଁ ସେ ରାୟବରେଲୀ ଗସ୍ତ ଆରମ୍ଭ କରିଛନ୍ତି ଏବଂ ଲଗାତାର ନିର୍ବାଚନୀ ପ୍ରସ୍ତୁତିରେ ଜୁଟିଥିବା କଥା ସାମ୍ବାଦିକଙ୍କୁ କହିଛନ୍ତି ପ୍ରିୟଙ୍କା I ଏଥିସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କହିଛନ୍ତି ଯେ, ସମୟ କହିବ କାହାର ଅସ୍ଥିତ୍ଵ ରହିବ ଏବଂ କାହାର ନୁହେଁ I ପ୍ରିୟଙ୍କାଙ୍କ ସ୍ଵାଗତ ପାଇଁ କଂଗ୍ରେସ ଦଳ ର କାର୍ଯ୍ୟକର୍ତ୍ତାମାନଙ୍କ ଭିଡ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା Iଏହା ପରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଆମେଠି ପହଞ୍ଚି କଂଗ୍ରେସ କର୍ମୀଙ୍କ ସହ ସାକ୍ଷାତ କରି ତାଙ୍କର ଉତ୍ସାହ ବଢ଼ାଇଥିଲେ। ।

Leave A Reply

Your email address will not be published.