ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ‘ଗଙ୍ଗା ବିଳାସ’

27

ଚଳିତ ମାସ ୧୩ତାରିଖ (୧୩ ଜାନୁୟାରୀ-୨୦୨୩)ରେ ଉତ୍ତର ପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍‌ଭି ଗଙ୍ଗା ବିଳାସ ଏହି ଅବସରରେ ବିଶ୍ୱର ସର୍ବବୃହତ ରିଭର କ୍ରୁଜ ଅଭିଯାନରେ ସେଦିନ ତାହାର ଯାତ୍ରା ଆରମ୍ଭ କରିବ। ଏଥି ସହିତ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ନୂଆ ଯୁଗ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ।

ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ଆମେ ଆମ ନଦୀ ବ୍ୟବସ୍ଥା ଦେଇଥିବା ପ୍ରଚୁର ସମ୍ପଦର ଉପଯୋଗର ବାଟ ଖୋଲୁଛୁ। ମନ୍ତ୍ରୀ ଶ୍ରୀ ସୋନୋୱାଲ ଆହୁରି କହିଛନ୍ତି ଯେ, “କାଶୀରୁ ସାରନାଥ, ମଜୁଲିରୁ ମେୟଙ୍ଗ, ସୁନ୍ଦରବନରୁ କାଜିରଙ୍ଗା ଆଦି ସ୍ଥାନକୁ ରିଭର କ୍ରୁଜରେ ଯାତ୍ରା କରିବା ଏକ ଜୀବନବ୍ୟାପୀ ଅଭିଜ୍ଞତା। ମୋର ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦିଗ୍ ଦର୍ଶନରେ ଏହି ଚମତ୍କାର ଉଦ୍ୟମ ଭାରତରେ ରିଭର କ୍ରୁଜ ପର୍ଯ୍ୟଟନର ଏକ ନୂଆ ଯୁଗ ଆରମ୍ଭ କରିବ। ଏହା ମଧ୍ୟ ଭାରତ ସରକାରଙ୍କ ଆକ୍ଟ ଇଷ୍ଟ ବା ପ୍ରାଚ୍ୟ ନୀତିକୁ କାର୍ଯ୍ୟକାରୀ କରିବାର ସଂକଳ୍ପକୁ ସାକାର କରିବାରେ ଉଭୟ ନୀତିଗତ ଓ ବାସ୍ତବତା ଦୃଷ୍ଟିରୁ ସହାୟକ ହେବ।”

ଭାରତର ଶ୍ରେଷ୍ଠତମ ନଦୀ ପର୍ଯ୍ୟଟନ ଓ ପ୍ରାକୃତିକ ସମ୍ବଳକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଏହିି ଗଙ୍ଗା ବିଳାସ କ୍ରୁଜ୍ ପ୍ରସ୍ତୁତ ହୋଇଛି। ଏହି କ୍ରୁଜର ନଦୀ ପରିକ୍ରମା କାର୍ଯ୍ୟକ୍ରମ ୫୧ଦିନ ପାଇଁ ଚାଲିବ। ଏଥିରେ ପର୍ଯ୍ୟଟକମାନଙ୍କୁ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀଘାଟ, ପ୍ରାଚୀନ ସହର ସମେତ ୫୦ଟି ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ମିଳିବ। ଗଙ୍ଗା ବିଳାସ ୧ମାର୍ଚ୍ଚ ୨୦୨୩ରେ ଦିବ୍ରୁଗଡରେ ପହଞ୍ôଚବ ବୋଲି ଆଶା କରାଯାଉଛି। ଏହି ଯାତ୍ରା କାଳରେ ପର୍ଯ୍ୟଟକମାନେ ଭାରତର ସାଂସ୍କୃତିକ, ଆଧ୍ୟାତ୍ମିକ, ଧାର୍ମିକ ଓ ଐତିହାସିକ ସ୍ଥଳ ବୁଲି ଦେଖିବାର ସୁଯୋଗ ପାଇବେ।

ବିଶ୍ୱର କ୍ରୁଜ ମାର୍କେଟ ବିଗତ କେତେ ବର୍ଷ ଧରି ୫% ହାରରେ ବଢୁଛି। ୨୦୨୭ ସୁଦ୍ଧା ଏହା ୩୭%ରେ ପହଚିଂବ ବୋଲି ଆଶା କରାଯାଉଛି। ତେବେ ୬୦% ବଜାର ସହ ୟୁରୋପ ଏ କ୍ଷେତ୍ରରେ ଆଗରେ ରହିଛି। ଭାରତର ଆଠଟି କ୍ରୁଜ ଜାହାଜ କଲିକତା ଓ ବାରାଣସୀ ମଧ୍ୟରେ ଚଳାଚଳ କରୁଛି। ସେହିଭଳି ବ୍ରହ୍ମପୁତ୍ର (ଜାତୀୟ ଜଳପଥ-୨) ରେ କ୍ରୁଜ ସିପ୍ ଚାଲୁଛି। ଅବଶ୍ୟ ନଦୀରେ କ୍ରୀଡା ଓ ପର୍ଯ୍ୟଟନରେ ଅଂଶ ସ୍ୱରୂପ ଭାରତର ଗଙ୍ଗା, ବ୍ରହ୍ମପୁତ୍ର ସମେତ ବିଭିନ୍ନ ନଦୀର ରାପ୍ଟିଂ, କ୍ୟାମ୍ପିଂ, ସାଇଟି ସିଂ ଓ କାୟାକିଙ୍ଗ ଆଦି ଅନୁଷ୍ଠିତ ହେଉଛି। ଜାତୀୟ ଜଳପଥ-୨ରେ ଏବେ ଯେଉଁ ୧୦ଟି ପାସେଞ୍ଜର ଟର୍ମିନାଲ ନିର୍ମାଣ ଚାଲିଛି ତାହା କ୍ରୁଜ ସେବାକୁ ପ୍ରୋତ୍ସାହିତ କରିବ।

Comments are closed, but trackbacks and pingbacks are open.