ପୁଣି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ

65

ନୂଆଦିଲ୍ଲୀ:  ପୁଣି ଭୟଙ୍କର ହେବ ଋଷ-ୟୁକ୍ରେନ ଯୁଦ୍ଧ । ଡିସେମ୍ବର ଶେଷ ସପ୍ତାହରେ ୟୁକ୍ରେନର ରାଜଧାନୀ କିଭକୁ ପ୍ରାୟ ୨ଲକ୍ଷ ସେନା ପଠାଇବାକୁ ଯୋଜନା କରୁଛି ରୁଷ । ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିବା ଜଣାପଡିଛି । ପୁଣି ଥରେ କୁଟନୀତିସ୍ତରରେ ସମସ୍ୟାର ସମାଧାନ କରିବା ପାଇଁ ରୁଷକୁ ପୁଣି ଥରେ ମୋଦୀ ଅପିଲ କରିଥିବା ଜଣାପଡିଛି ।
ୟୁକ୍ରେନକୁ ଚାରିପଟୁ ଘେରି ଆକ୍ରମଣକୁ ଅଧିକ ଜୋରଦାର କରିବା ପାଇଁ ମାଷ୍ଟରପ୍ଲାନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେପଟେ ବ୍ଲାକସିରୁ କ୍ରେମଲିନ ୟୁକ୍ରେନ ଉପରକୁ ୬୦ଟି ମିସାଇଲ ଆକ୍ରମଣ କରିଥିବା ସୂଚନା ରହିଛି ।

ବର୍ତ୍ତମାନ କିଭରେ ଘନଘନ ବୋମା, ମିସାଇଲ ଓ ଗୁଳିମାଡ ହେଉଥିବା ଜଣାପଡିଛି । ସେପଟେ ଆମେରିକା ଖୁବ ଶିଘ୍ର ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଘ।।ତକ ସ୍କାଟ ବୋମା ଅର୍ଥାତ ପୋଟ୍ରିଏଟ ମିସାଇଲ ପଠାଇବ ବୋଲି ୱାଶିଂଟନ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.