ପୁଣି କାଲିଠୁ ବଢିବ ତାପମାତ୍ରା: ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂଜାରି କଲା ପାଣିପାଗ ବିଭାଗ

11

ମାର୍ଚ୍ଚ ମାସ ଦ୍ଵିତୀୟାର୍ଦ୍ଧ ରୁ ପ୍ରବଳ ଗରମ ଯୋଗୁଁ ସାରା ଓଡିଶା ଅଣନିଶ୍ୱାସୀ ହେଉଥିବାବେଳେ ପୁଣି କାଲିଠୁ ବଢିବ ପାରଦ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ । ୨ ରୁ ୩ ଡିଗ୍ରୀ ଯାଏ ବଢିବ ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ଦୁଇ ଦିନ ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛନ୍ତି । ସେହିପରି ୩୧ ତାରିଖରୁ ୨ ତାରିଖ ଯାଏଁ ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଏବଂ କଳାହାଣ୍ଡି ପାଇଁ ପାଣିପାଗ ବିଭାଗ ପକ୍ଷରୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

Comments are closed, but trackbacks and pingbacks are open.