ପାର୍ବଣ ଆଗମନରେ ମହକୁଛି କାଶତଣ୍ଡୀ ଫୁଲ

676

ହସିଲାଣି କାଶତଣ୍ଡୀ, ଆସିଲାଣି ପାର୍ବଣ ଋତୁ । ମାଆଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି । ରାସ୍ତାକଡରୁ ଆରମ୍ଭ କରି ନଦୀ ପଠା ଯାଏଁ ସବୁଆଡେ ସୌନ୍ଦର୍ଯ୍ୟ ଭରିଯାଇଛି ।ଏହି କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟରେ ପଥିକ ଟିଏ ବିମୋହିତ ହୋଇ ଘଡିଏ ଅଟକି ଯାଏ ।

ନୀଳ ଆକାଶ ତଳେ ହସୁଛି କାଶତଣ୍ଡୀ ଫୁଲ । ଜଗତ୍ ଜନନୀ ମା ଦୁର୍ଗାଙ୍କର ଧରାବତରଣର ସୂଚନା ଦେଇଥାଏ ଏହି କାଶତଣ୍ଡୀ । ଶସ୍ୟ ଶ୍ୟାମଳା ସାଜିଛି ଧରଣୀ ମା । ନଦୀ ପଠାରୁ ନେଇ ରାସ୍ତା କଡ ସବୁଆଡେ କାଶତଣ୍ଡୀର ସମ୍ଭାର । ସତେ ଯେମିତି ଧଳା ମଲମଲ ଚାଦରରେ ଘୋଡେଇ ହୋଇଛି ଧରଣୀ ମା ।

କାଶତଣ୍ଡୀର ସୌନ୍ଦର୍ଯ୍ୟ ଅତ୍ୟନ୍ତ ରମଣୀୟ । ଖାଲି ସେତିକି ନୁହେଁ ଏହି ଫୁଲର ସୈାନ୍ଦର୍ଯ୍ୟରେ ବିମୋହିତ କବି । ଲେଖନୀରୁ ଆପେ ଆପେ ଝରିଆସେ କବିତା । ସୃଷ୍ଟିକର୍ତ୍ତାଙ୍କ ଏହି ସୃଷ୍ଟି ରମଣୀୟ।

Comments are closed, but trackbacks and pingbacks are open.