ପୌର ନିର୍ବାଚନ ପାଇଁ ରାଜ୍ୟପାଳ ଙ୍କୁ ଭେଟିଲେ ବିଜେପି ଦଳ

28

ପୌର ନିର୍ବାଚନ ପାଇଁ କନକ ବର୍ଦ୍ଧନ ଙ୍କ ନେତୃତ୍ୱ ରେ ଆଜି ବିଜେପି ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଙ୍କୁ ଭେଟିଛନ୍ତି I ରାଜ୍ୟ ରେ ପୌର ନିର୍ବାଚନ କରାଇବା ନେଇ ନିର୍ବାଚନ ଆୟୋଗ ଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି Iଦୀର୍ଘ ୩ ବର୍ଷ ଧରି ନିର୍ବାଚନ ହୋଇ ନ ଥିବା କାରଣ ରୁ ରାଜ୍ୟ ରେ ଏନ.ଏ.ସି ଓ ପୌରାଞ୍ଚଳ ମାନଙ୍କରେ ଜନପ୍ରତିନିଧି ନାହାନ୍ତି I ଫଳରେ ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀ ମାନକ ଦ୍ୱାରା ପରିଚାଳିତ ହେଉଛି I ରାଜ୍ୟ ରେ ୧୧୪ ଟି ଏନ.ଏ.ସି ଓ ୬ ଟି ମହା ନଗର ନିଗମ ର ସ୍ଥିତି ବେହାଲ ଏ ଗୁଡିକର କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉ ନାହିଁ ବୋଲି ବିଜେପି ଅସନ୍ତୋଷ ପ୍ରକାଶ କରି ରାଜ୍ୟ ପାଳ ଙ୍କୁ ଦାବି ଜଣାଇଛନ୍ତି I

Leave A Reply

Your email address will not be published.