ପରିବହନ ବିଭାଗର କଠୋର ଆଭିମୁଖ୍ୟ:ମୁକୁଳା ଡ୍ରେନ୍‌ରେ ମୃତ୍ୟୁ ହେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

70

ଭୁବନେଶ୍ୱର: ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ପରିବହନ ବିଭାଗର ଚିଠା ବିଜ୍ଞପ୍ତି ଅନୁଯାୟୀ ତ୍ରୁଟିପୂର୍ଣ୍ଣ ଡିଜାଇନ୍, ଭଙ୍ଗା ସ୍ଲାବ୍ କିମ୍ବା ଖୋଲା ଡ୍ରେନ୍ କାରଣରୁ ମୃତ୍ୟୁ ହେଲେ ଆକ୍ସନ ନିଆଯିବ। ଯଦି କୌଣସି ସ୍ଥାନରେ ମୁକୁଳା ଡ୍ରେନ୍ ପାଇଁ ଦୁର୍ଘଟଣା ଘଟେ, ତେବେ ସେହି ଅଞ୍ଚଳର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ କାମ କରୁଥିବା ଠିକାଦାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରାଯିବ। ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଫୌଜଦାରୀ ମାମଲା ରୁଜୁ କରାଯାଇପାରେ। ସେହିପରି ବିପଦପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ୭ରୁ ୩୦ ଦିନ ମଧ୍ୟରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଦିବ୍ୟାଙ୍ଗଙ୍କ ପାଇଁ ଫୁଟପାଥ୍‌ରେ ଟାକଟାଇଲ ଟାଇଲ୍ସ, ରାମ୍ପ ଓ ଟ୍ରାଫିକ୍ ସିଗନାଲ, ରହିବ। ଫୁଟପାଥ୍‌କୁ ନିରବଛିନ୍ନ ଓ ବାଧାମୁକ୍ତ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ନିର୍ମାଣ କାର୍ଯ୍ୟ ସମୟରେ ଦେଢ ମିଟରର ସୁରକ୍ଷିତ ରାସ୍ତା ଛାଡିବାକୁ ନିର୍ଦ୍ଦେଶ। ସ୍କୁଲ ନିକଟରେ ସର୍ବାଧିକ ୨୫ କିମି ବେଗରେ ଚାଲିପାରିବ ଗାଡି। ଚିଠା ବିଜ୍ଞପ୍ତିକୁ ନେଇ ସାଧାରଣ ଜନତା ୩୦ ଦିନରେ ପରାମର୍ଶ ଦେଇପାରିବେ। ଏହାସହିତ ସ୍ଥାନୀୟ ପ୍ରଶାସନ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ନିୟମିତ ଭାବେ ଡ୍ରେନେଜ୍ ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l

Comments are closed, but trackbacks and pingbacks are open.