ପତ୍ନୀଙ୍କ ସହ ବିଜେପିକୁ ଡେଇଁଲେ ଅର୍କକେଶରୀ ଦେଓ

172

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପତି-ପତ୍ନୀ ଦଳରେ ସାମିଲ ହୋଇଛନ୍ତି ।

ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଳାହାଣ୍ଡି ଲୋକ ସଭା ଆସନରୁ ସେ ତିନିଥର ୧୯୯୮, ୯୯ ଏବଂ ୨୦୦୪ରେ ବିଜେପି ଟିକେଟରେ ଲଢି ଜିତିଥିଲେ  ।  ୨୦୧୩ରେ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ବିଜେଡିରେ ସାମିଲ ହୋଇଥିଲେ ଅର୍କ କେଶରୀ ।

୨୦୧୪ରେ କଳାହାଣ୍ଡି ଲାେକସଭା ଆସନରୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ  ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ କଳାହାଣ୍ଡି ଲୋକସଭା ସିଟ ପାଇଁ ଟିକେଟ ନ ମିଳିବା ପରେ ସେ ଦଳ ଛାଡିଥିଲେ ।

Comments are closed, but trackbacks and pingbacks are open.