ତାଲିବାନୀ ଙ୍କ ଶୀରପୀଡା ବଢ଼ାଉଛି ପଂଜଶିର

22

ଗତ ଅଗଷ୍ଟ ୧୫ ତାରିଖ ରେ ତାଲିବାନୀ ମାନେ କାବୁଲାକୁ ନିଜ ଅକ୍ତିଆର କୁ ନେଇଯାଇଛନ୍ତି ଇ କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନ ରେ ଶାସନ ଚଳାଇନାହିଁ ତାଲିବାନ ଇଆଫଗାନିସ୍ତାନ ର ଅନେକ ଦୁର୍ଗମ ଇଲାକାକୁ ପଶିପାରିନାହିଁ ତାଲିବାନ ସେଥିମଧ୍ୟରେ ରହିଛି ପଂଜସିର ପ୍ରଦେଶ । ସେଠାରେ ତାଲିବାନଙ୍କୁ କଡା ବିରୋଧ କରାଯାଉଛି । ଅଭେଦ୍ୟ ଗଡ କୁହାଯାଉଥିବା ଏହି ପ୍ରାନ୍ତକୁ ନିଜ ଦଖଲକୁ ନେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । କାବୁଲଠାରୁ ଶହେ କିଲୋମିଟର ଦୂରରେ ଥିବା ଏହି ଅଂଚଳକୁ ବହୁ ସଂଖ୍ୟାରେ ତାଲିବାନୀ ସୈନ୍ୟ ଯିବା ସହ ଚାରିପଟୁ ଘେରାଉ କରିଛନ୍ତି । ଏନେଇ ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି । ପଂଜସିର ପ୍ରାନ୍ତ ଏବେ ତାଲିବାନ କବଜାରେ ବୋଲି କହିଛି ତାଲିବାନ । କିନ୍ତୁ ଏବେବି ସୁରକ୍ଷିତ ରହିଛି ବୋଲି କହିଛନ୍ତି କାବୁଲ ଛାଡି ପଂଜସିରରେ ଥିବା ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁହ୍ଲା ସାଲେହ । କାବୁଲ ଦଖଲ କରିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି ତାଲିବାନୀ । ପଞ୍ଜସିର ପରେ ବଗଲାନ ପ୍ରାନ୍ତରେ ବି ତାଲିବାନକୁ କଡା ବିରୋଧ କରାଯାଉଛି । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବିରୋଧୀଙ୍କ ଆକ୍ରମଣରେ ଏହି ପ୍ରାନ୍ତରେ ତାଲିବାନର ଜିଲ୍ଲା ମୁଖ୍ୟ ସହ ଆଉ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୨୦ ତାଲିବାନୀଙ୍କୁ ବନ୍ଦୀ କରି ନେଇଛନ୍ତି । ଆଫଗାନିସ୍ତାନ ସ୍ଥିତିକୁ ନେଇ ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ମାନସ ମନ୍ଥନ କରିବେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଫଗାନିସ୍ତାନରେ ଲଗାତର ବିଗୁଡୁଥିବା ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି । ଏବେ ତାଲିବାନ କବ୍ଜା କରିବା ପରେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହୋଇଛି I ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ତାର ନାଗରିକ ମାନଙ୍କୁ ଫେରାଇ ଆଣୁଛି I ଏପରି ସ୍ଥିତିରେ ଭାରତର କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ତାଲିବାନ ର ବିଦେଶ ନୀତି ଉପରେ ସମସ୍ତ ରାଷ୍ଟ୍ର ଙ୍କର ନଜର ରହିଛି I

Leave A Reply

Your email address will not be published.