ଜିଏସଟି ପରିଷଦର 50 ତମ ବୈଠକ 

636

 ଆଜି ଜିଏସଟି ପରିଷଦର 50 ତମ ବୈଠକ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ଜାଲ୍ ରେଜିଷ୍ଟ୍ରେସନ୍ ଏବଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାଧ୍ୟମରେ ଜାଲିଆତି ଉପରେ କଟକଣା ଲଗାଇବାକୁ ଆଉ କିଛି ପଦକ୍ଷେପ ଉପରେ ଆଲୋଚନା ହୋଇପାରେ ।

ଏହା ବ୍ୟତୀତ ଅନଲାଇନ୍ ଗେମିଂ ଉପରେ ଟିକସ ନେଇ ମଧ୍ୟ ଏହି ସଭାରେ ଆଲୋଚନା ହୋଇପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ପରିଷଦର ମୁଖ୍ୟ ହୋଇଥିବା ବେଳେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି ।

Comments are closed, but trackbacks and pingbacks are open.