ଚଳିତ IPL ଦୌଡରୁ ସିଏସକେ ବାଦ,୫ ୱିକେଟ ରେ ହରାଇଲା ମୁମ୍ବାଇ

22

ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପ୍ଲେ ଅଫ୍ ରୁ ବିଦା I ଆଇପିଏଲ୍ 2022 ର ଆଜି ର ମ୍ୟାଚ୍ ରେ ସିଏସକେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬ ଓଭରରେ ମାତ୍ର ୯୭ ରନ୍ ସ୍କୋର କରିବା ପାଇଁ ସକ୍ଷମ ହୋଇଥିଲା I ଆଜିର ୫୯ ତମ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସ CSK କୁ ୫ ୱିକେଟରେ ପରାସ୍ତ କରିଛି I ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିଜ ଆଇପିଏଲ୍ କ୍ୟାରିୟରର ଦ୍ୱିତୀୟ ସର୍ବନିମ୍ନ ସ୍କୋର କରିଥିଲା। ମୁମ୍ବାଇ ୧୪.୧ ବଲ୍‌ରେ ୫ ୱିକେଟ୍ ହରାଇ ଟାର୍ଗେଟ୍ ପୂରା କରିବା ସହିତ ୧୦୩ କରିପାରିଛି।
ମୁମ୍ବାଇ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୩୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ରନ୍ କରିପାରିନଥିଲେ। ଆରମ୍ଭରୁ ଦଳ ହାମ୍ବୁଡ଼େଇଥିଲା। ପାୱାର ପ୍ଲେରେ ଟିମ୍‌ର ୪ ୱିକେଟ ଯାଇସାରିଥିଲା। ଈଶାନ କଶନ ମାତ୍ର ୬ ରନ୍ ଓ ରୋହିତ ଶର୍ମା ୧୮ ରନ୍ କରି ଆଉଟ ହୋଇଯାଇଥିଲେ।

ମୁମ୍ବାଇର ବୋଲିଂ ସାଇଟ୍ ଦେଖିଲେ ମୁକେଶ ଚୌଧୁରୀ ୪ ଓଭର କରି ୨୩ ରନ୍‌ ଦେଇଥିବା ବେଳେ ୩ ୱିକେଟ୍ ନେଇଥିଲେ। ସେହିପରି ସମରଜୀତ ସିଂହ ଓ ମଇନ ଅଲ୍ଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ଆଜି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ଖରାପ ପ୍ରଦର୍ଶନ କରିଥିଲା। ଦଳ ମାତ୍ର ୪୦ ରନ୍ କରି ୬ ୱିକେଟ୍ ହରାଇଥିଲା। ବଡ଼ ରନ୍ ପାଇଁ ସଂଘର୍ଷ କରୁଥିବା ଧୋନୀଙ୍କ ଟିମ୍ ଶେଷରେ ୨୦ ଓଭର ବି ଖେଳିପାରି ନଥିଲା। ୧୬ ଓଭର ଖେଳି ମାତ୍ର ୯୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା ଟିମ୍। ଆଜିର ମ୍ୟାଚ୍‌ରେ ଧୋନୀ ଗୋଟିଏ ପଟେ ୱିକେଟ୍ ବଞ୍ଚାଇ ଖେଳୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଥିଲା। ଶେଷରେ ଷ୍ଟ୍ରାଇକ୍‌ ନେବା ଚକ୍କରରେ ଧୋନୀ ରନ୍ଆଉଟ ହୋଇଥିଲେ। ସେ ମୋଟ ୩୬ ରନ୍ କରିଥିବା ବେଳେ ୪ ଚୌକା ଓ ୨ ଛକ୍କା ଥିଲା

Comments are closed, but trackbacks and pingbacks are open.