ଘର ଭଡା ଦେଉଥିଲେ ହୋଇଯାନ୍ତୁ ସତର୍କ, କିଛି ବର୍ଷପରେ ଭଡ଼ାଟିଏ କରିବେ କବ୍ଜା

25

ଭଡାଟିଆଙ୍କ ପାଇଁ ଖୁସି ଖବର । ଘରଭଡା ଦେଉଥିଲେ ହେଇଯାନ୍ତୁ ସତର୍କ । ଘର ମାଲିକ ମାନଙ୍କୁ ସୁପ୍ରିମ କୋର୍ଟ ବଡ଼ ଝଟକା । ସୁପ୍ରିମକୋର୍ଟ ନେଇଛନ୍ତି ଗୋଟିଏ ବଡ ନିଷ୍ପତି l ସୁପ୍ରିମ କୋର୍ଟ ଙ୍କ ନିଷ୍ପତି ଅନୁସାରେ ଯଦି ଆପଣ ବାସ୍ତବିକ ଭାବରେ ଜଣେ ବୈଧ ମାଲିକ ଓ ନିଜର ଅଚଳା ଚଳ ସମ୍ପତି କାହା କବ୍ଜା ରେ ରହିଛି ଏବଂ ଆପଣ ତାହାକୁ ଉଚିତ ସମୟରେ ହାସଲ କରିବାକୁ ଅସମର୍ଥ ଅଟନ୍ତି ତେବେ ଆପଣଙ୍କ ମାଲିକାନା ସମାପ୍ତ ହେବାର ଅନେକ ସମ୍ଭାବନା ରହିଛି l ଏହାଛଡା ଉକ୍ତ ବ୍ୟକ୍ତି ସେହି ସବୁ ସମ୍ପତ୍ତିର ମାଲିକାନା ଲାଭ କରିବେ l

ସେଥିପାଇଁ ବିଶେଷ ନିୟମ ମଧ୍ୟ ଲାଗୁ କରାଯାଇଛି ଯେପରିକି ନିଜ ଘର ଭଡାରେ ଦେବା ପୂର୍ବରୁ ରେଂଟ ଏଗ୍ରିମେଣ୍ଟ , ହାଉସ ରେଂଟ ବିଲ, ଇତ୍ୟାଦି କୁ ନେଇ ସତର୍କ ରହିବ ଆବଶ୍ୟକ ଘର ମାଲିକମାନେ l ଯାହାକୁ ନେଇ ଉକ୍ତ ଘରେ ଭଡାରେ ରହୁଥିବା ଘର ମାଲିକ କୌଣସି ଦାବି କରିପାରିବ ନାହିଁ l

ଆସନ୍ତୁ ଜାଣିବା କଣ କହିଛନ୍ତି ସୁପ୍ରିମ କୋର୍ଟ ଙ୍କ ସ୍ପେସିଆଲ ବେଞ୍ଚ – :
ବେଞ୍ଚ ପକ୍ଷରୁ କୁହାଯାଇଛି ଯେ ‘ସମ୍ପତି ଉପରେ ଯାହାର କବ୍ଜା ରହିଛି, ତାହାକୁ କୌଣସି ଅନ୍ୟ ଵ୍ୟକ୍ତି ବିନା କୌଣସି ସରକାରୀ ପ୍ରକ୍ରିୟାରେ ସେଠାରୁ ହଟାଇ ପାରିବ ନାହିଁ l ଯଦି କେହି ୧୨ ବର୍ଷ ହେଲାଣି ଅବୈଧ କବ୍ଜା କରି ରଖିଛି ତେବେ ନିୟମ ଅନୁସାରେ ମାଲିକ ମଧ୍ୟ ତାକୁ ହଟାଇବାକୁ ଅଧିକାର ରଖିନାହିଁ l ଏହାଦ୍ୱାରା ଅବୈଧ କବ୍ଜା କରିଥିବା ବ୍ୟକ୍ତି ନିକଟରେ ସମ୍ପୂର୍ଣ ଅଧିକାର ରହିଛି l ଆମର ବିଚାର ଅନୁସାରେ ପରିଣାମ ଏହା ହେବ ଯେ ଗୋଟିଏ ଥର ଅଧିକାର, ମାଲିକାନା କିମ୍ବା ଇଂଟରେଷ୍ଟ ମିଳିଯିବ ପରେ ମାଲିକ ଅନୁଛେଦ ୬୫ ଅନୁସାରେ ଖଡ୍ଗ ଭଳି ଏହାକୁ ବ୍ୟବହାର କରି ପାରିବ l ଅନ୍ୟ ପକ୍ଷରେ ପ୍ରତିବାଦୀ ପାଇଁ ଏହା ଏକ ସୁରକ୍ଷା କବଚ l ଯଦି କୌଣସି ବ୍ୟକ୍ତି ନିୟମ ଅନୁସାରେ ଅବୈଧ କବ୍ଜା କୁ ଯଦି ନିୟମ ଅନୁସାରେ ନିଜ ନାମରେ କବ୍ଜା କରିନେଲା ତେବେ ତାକୁ ଜବରଦସ୍ତି ହଟାଇବା ଦ୍ୱାରା ସେ କୋର୍ଟ ର ସାହାଯ୍ୟ ନେଇ ପାରିବ l ‘

Comments are closed, but trackbacks and pingbacks are open.