ଗର୍ଭଗୃହରେ ବିରାଜମାନ ରାମଲାଲା

503

22 ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାା ହେବ । ଏହା ପୂର୍ବରୁ ରାମ ମନ୍ଦିକ ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । କଳା ପଥରରେ ନିର୍ମିତ ପ୍ରତିମୂର୍ତ୍ତିର ପ୍ରଥମ ଫଟୋ ପ୍ରକାଶ ପାଇଛି । ମୂର୍ତ୍ତିଟି ଏକ ଧଳା କପଡ଼ାରେ ଆଚ୍ଛାଦିତ ହୋଇଥିବାର ଦେଖିବା ପାଇଁ ମିଳୁଛି ।

ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ଖବର ରହିଛି । ଏହାପୂର୍ବରୁ ଗୁରୁବାର ଦିନ ମନ୍ଦିର ଭିତରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ବିଶେଷ କଥା ହେଉଛି ଜାନୁୟାରୀ 16 ରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠାରୁ ରୀତିନୀତିର ତୃତୀୟ ଦିନରେ ଜାନୁଆରୀ 18ରେ ମୂର୍ତ୍ତିର ଏକ ଫଟୋ ପ୍ରକାଶ ପାଇଛି । ଗୁରୁବାର ମଧ୍ୟହ୍ନ ୧୨.୩୦ରେ ରାମଲଲାଙ୍କ ମୂର୍ତ୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ କରାଯାଇ ବିରାଜମାନ କରାଯାଇଥିଲା ।

ପ୍ରଥମେ ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଛି । ଏହା ସହ ୫ ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଛନ୍ତି ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ଅରଣିମନ୍ଥନରୁ ଅଗ୍ନିପ୍ରକଟ ନୀତି ଶେଷ ହୋଇଛି ।

Comments are closed, but trackbacks and pingbacks are open.