ଭୁବନେଶ୍ୱର : ରାଜଧାନୀରେ ସବୁଠୁ ବଡ଼ ସମସ୍ଯା ଭାବେ ମୁଣ୍ଡ ଟେକିଛି କବାଡ଼ିଆ ଦୋକାନ ସହରର ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ କରି କବାଡ଼ିଆ ଦୋକାନଗୁଡ଼ିକ ଛିଡ଼ା ହୋଇଛି ତେବେ ଅଧିକାଂଶ କବାଡ଼ିଆ ଦୋକାନ ରହିଛି ଖାରବେଳନଗର ଅଞ୍ଚଳରେ
ବୁଧବାର ବିଡିଏ ପକ୍ଷରୁ ଖାରବେଳନଗର ମୌଜା ଅନ୍ତର୍ଗତ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ଆସୋସିଏସନ ପର୍ଯ୍ଯନ୍ତ ହୋଇଥିବା କବାଡ଼ିଆ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି ଏଥିରେ 17ଟି କବାଡ଼ିଆ ଦୋକାନ, 5ଟି କ୍ଯାବିନ, 3ଟି ଶୌଚାଳୟ ଓ 7ଟି ବାଉଁଶ ନିର୍ମିତ ପଲିଥିନ ଘରକୁ ଭଙ୍ଗାଯାଇଛି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଏହି ଉଚ୍ଛେଦରେ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ଦୁଇଟି ଟିମ ଓ ବିଏମ୍ସିର ଗୋଟିଏ ଟିମ ସାମିଲ ହୋଇଥିଲେ ଉଚ୍ଛେଦ ସମୟରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର ଦେବୀ ପ୍ରସାଦ ମହାନ୍ତି ଓ ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି ଙ୍କ ସହ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ମଧ୍ୟ ଉପସ୍ଥିତ ଥିଲେ
Next Post
Comments are closed, but trackbacks and pingbacks are open.