କିପରି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ମତଦାନ କଲେ ଷ୍ଟାର ଦେଖନ୍ତୁ ଭିଡିଓ?

25

ହାଇଦ୍ରାବାଦ୍‌: ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଦକ୍ଷିଣ ସିନେ ଜଗତର ଅନେକ ବଡ଼ ବଡ଼ କଳାକାରମାନେ ବୁଥ୍‌‌ରେ ପହଞ୍ଚି ଭୋଟ୍‌ ଦେଇଥିବାର ଦେଖିବାକୁ ମିଳିଛି। ଭୋଟ୍‌ ଦେବା ପାଇଁ ସାଉଥ୍‌ ସୁପର୍‌ଷ୍ଟାର୍‌ ରାମ୍‌ ଚରଣ ବିମାନ ଯୋଗେ ମୌସୁରରୁ ଆସି ହାଇଦ୍ରାବାଦ୍‌ରେ ପହଞ୍ଚିଛନ୍ତି। ତାଙ୍କୁ ଗତକାଲି ମୌସୁର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

ସେହିପରି ଅଭିନେତ‌ା ଚୀରଞ୍ଜୀବୀ ଆଜି ସକାଳୁ ତାଙ୍କର ମତଦାନ କରି ସାରିଲେଣି। ସେ ତାଙ୍କ ପରିବାର ସହିତ ଜୁବ୍‌ଲି ହିଲ୍ସରେ ଯାଇ ଭୋଟ୍‌ ଦେଇଛନ୍ତି। ସକାଳୁ ସକାଳୁ କଳା ରଂଗର ପୋଷାକ ସହ ଖାଲି ପାଦରେ ଚୀରଞ୍ଜୀବୀଙ୍କୁ ପରିବାର ସହ ଜୁବ୍‌ଲି ହିଲ୍ସ ବୁଥ୍‌ରେ ଯାଇ ଭୋଟ୍‌ ଦେଇଥିବାର ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।

ସେହିପରି ଭୋଟ୍‌ ଦେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଥିଲେ ଜୁନିୟର୍‌ ଏନ୍‌ଟିଆର୍‌। ସେ ସକାଳୁ ନିଜ ପତ୍ନୀ ଓ ମାଆଙ୍କ ସହ ଭୋଟ୍‌ ଦେବାକୁ ଯାଇଥିବା ବେଳେ ଏକ ଡେନିମ୍‌ ଜିନ୍‌ସକୁ ଧଳା ରଂଗର ଟି-ସାଟ୍‌ ପିନ୍ଧିଥିଲେ। ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ପରି ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନ ବି ଭୋଟ୍‌ ଦେବା ପାଇଁ ଧାଡ଼ି ଲଗାଇଥିବାର ଦେଖିବାକୁ ମିଳିଥିଲା। ସେ ମଧ୍ୟ ହାଇଦ୍ରାବାଦ୍‌ର ଜୁବ୍‌ଲି ହିଲ୍ସ ଅଞ୍ଚଳରେ ଥିବା ବୁଥ୍‌ରେ ଭୋଟ୍‌ ଦେବାକୁ ପହଞ୍ଚିଥିବା ଭିଡିଓରେ ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.