କାହିଁକି ସ୍ଥଗିତ ରହିଲା ପୁଷ୍ପା-୨ ସୁଟିଂ?

28

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ୍ । ଯିଏକି ତାଙ୍କର  ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା -୨ ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ହେଲେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହାକି ଅଲ୍ଲୁ ଙ୍କ ଫ୍ୟାନ୍ସ ମାନଙ୍କୁ ଏକ ଶକ୍ତ ଝଟକା ଦେଇଛି । ଫିଲ୍ମ ସୁଟିଂ ବେଳେ ଆହତ ହୋଇଛନ୍ତି ଅଲ୍ଲୁ ଅର୍ଜୁନ୍ । ଯେଉଁଥିପାଇଁ ଫିଲ୍ମ ‘ପୁଷ୍ପା: ଦି ରୁଲ’ର ସୁଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏବେ ସୁଟିଂ ବିଳମ୍ବରେ ଶେଷ ହେବା ସହ ରିଲିଜ୍ ମଧ୍ୟ ବିଳମ୍ବରେ ହେବ ବୋଲି ଚର୍ଚ୍ଚା ହେଉଛି।

ଅଲ୍ଲୁଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ତେଣୁ ଡାକ୍ତରମାନେ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏବେ ଫିଲ୍ମର ସୁଟିଂ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବା ନେଇ ସୂଚନା ରହିଛି ।  ପୁଷ୍ପା ଚଳଚିତ୍ରର ପ୍ରଥମ ଭାଗ ବକ୍ସ ଅଫିସରେ ବ୍ଲକ ଧମାଲ ମଚାଇଥିବାବେଳେ ପୁଷ୍ପା ପାର୍ଟ ୨ ମଧ୍ୟ ବ୍ଲକବଷ୍ଟର ହେବ  ।  ଏହି ଫିଲ୍ମରେ ଅଲ୍ଲୁ  ଅୁର୍ଜନଙ୍କ ସହିତ ଫହଦ ଫାସିଲ, ରଶ୍ମିକା ମନ୍ଦାନା, ସୁନୀଲ ପ୍ରକାଶ ରାଜ, ଜଗପତି ବାବୁ, ଅନୁସୂୟା ଭରଦ୍ୱାଜ ପ୍ରମୁଖ ଭୂମିକାରେ ରହିଛନ୍ତି ।

Comments are closed, but trackbacks and pingbacks are open.