କାହିଁକି ଗୁଲାମ ନବୀ ଆଜାଦଙ୍କ ହାତ ଛାଡ଼ୁଛନ୍ତି ସମର୍ଥକ?

24

ପୂର୍ବତନ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ ଜାମ୍ମୁ କାଶ୍ମୀରରେ ଦଳର ଅସ୍ତିତ୍ୱ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେହି ସମୟରେ ଆଜାଦ ରାହୁଲଙ୍କ ଉପରେ ଖୁବ ବର୍ଷିଥିଲେ । ଏହାପରେ ଏକ ନୂଆ ଦଳ ନବଜାତ ଡେମୋକ୍ରେଟିକ ଆଜାଦ ପ୍ରାଟି ଗଠନ କରିଥିଲେ ଗୁଲାମ ନବୀନ ଆଜାଦ । ସେ ଇସ୍ତଫା ଦେବା ପରେ ଜାମ୍ମୁ ଓ କାଶ୍ମୀରର ଅନେକ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଦଗଳ ଛାଡି ଡିଏପିରେ ସାମିଲ ହୋଇଥିଲେ ।

ଆଉ କୁହାଯାଉଥିଲା ଯେ କଶ୍ମୀରରେ କଂଗ୍ରେସକୁ ଚେକ୍ ଦେବା ପାଇଁ ବିଜେପିକୁ ଏବେ ସହଜ ହେବ । ହଠାତ ପୁଣି ଏହି ନେତା ମାନେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ କହିବାକୁ ଗଲେ ଦଳରେ ଶୀର୍ଷ ନେତାଙ୍କ ମଧୟ୍‌ରେ ଆଜାଦ ହିଁ ଏକା ରହିଛନ୍ତି । ତେବେ ଆଜାଦଙ୍କ ଡିଏପି ଦଳ ଛାଡି କଂଗ୍ରେସରେ ସାମିଲ ହେବା ପଛରେ ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି । ଏହ ପଛର ମୁଖ୍ୟ କାରଣ କୁହାଯାଉଛି , ଧାରା ୩୭୦ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ । ଧାରା ୩୭୦କୁ ନେଇ ଆଜାଦଙ୍କର ଆଭିମୁଖ୍ୟ ସମ୍ପୁର୍ଣ୍ଣ ଅସ୍ପଷ୍ଟ ରହିଛି ।

ଏହା ସହ ରାଜ୍ୟର ପୁନରୁଦ୍ଧାର, ଜମି ଅଧିକାର ଏବଂ ରୋଜଗାର ବିଷୟ ଆଦି ବେଳେ ଆଜାଦଙ୍କ ନେତୃତ୍ୱାଧିନ ଡିଏପି ନିରବ ରହିଥିଲେ । ଯେଉଁଥି ପାଇଁ ଦଳର ଅନେକ ନେତା ଆଜାଦଙ୍କ ଭିଜନକୁ ନେଇ ଦ୍ୱନ୍ଦରେ ରହିଥିଲେ । ଗୁଲାମ ନବୀ ଆଜାଦ ଯେତେବେଳେ ରାଜ୍ୟସଭାର ଧାରା ୩୭୦କୁ ହଟାଇବାକୁ ନେଇ ତୀବ୍ର ବିରୋଧ କରିଥିଲେ, ସେତେବେଳେ ସେ ରାଜ୍ୟସଭାରେ କଂଗ୍ରେସ ଛାଡିବା ପୂର୍ବରୁ ୩୭୦କୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ ।

Comments are closed, but trackbacks and pingbacks are open.