କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ୱର ନମୁନା ସଂଗ୍ରହ କଲା ସିବିଆଇ

12

ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲର ସ୍ୱର ନମୁନାକୁ ଆଜି ସଂଗ୍ରହ କରିଛି ସିବିଆଇ। ୧୯୮୪ରେ ଦିଲ୍ଲୀର ପଲ ବାଙ୍ଗାଶ ଅଞ୍ଚଳରେ ହୋଇଥିବା ଦଙ୍ଗା ଘଟଣାରେ ସିବିଆଇ ଟାଇଟଲରଙ୍କୁ ସମନ କରିଥିଲା।

ଏହି ଅଞ୍ଚଳରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପାଇଁ ଟାଇଟଲରଙ୍କୁ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି। ସମନ ଅନୁସାରେ ଆଜି ଟାଇଟଲର ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବରେ ପହଞ୍ଚିଥିଲେ। ଏହାପରେ ନିୟମ ଅନୁସାରେ ସିବିଆଇ ତାଙ୍କ ସ୍ୱର ନମୁନା ସଂଗ୍ରହ କରି ଅଧିକ ତଦନ୍ତ ଆରମ୍ଭ କରିଛି। ୩୯ ବର୍ଷ ପୁରୁଣା ଦଙ୍ଗା ଘଟଣାରେ ସିବିଆଇକୁ କିଛି ତଥ୍ୟ ମିଳିଥିଲା।

ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଟାଇଟଲରଙ୍କ ସ୍ୱର ନମୁନାର ଆବଶ୍ୟକ ଥିଲା। ତେଣୁ ତାଙ୍କୁ ଆଜି ହାଜର ପାଇଁ ସମନ କରାଯାଇଥିଲା ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.