‘ଓପେନହାଇମର’କୁ ଚଳଚ୍ଚିତ୍ର ଓସ୍କାର ଆୱାର୍ଡ ୨୦୨୪ 

45

ନୂଆଦିଲ୍ଲୀ: ଆମେରିକାରେ ୯୬ତମ ଓସ୍କାର  ଆୱାର୍ଡ ୨୦୨୪  ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ‘ ଓପେନହାଇମର’ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ପୁଅର ଥିଙ୍ଗ୍’  ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ  ଇମା ଷ୍ଟୋନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି ।

ଶ୍ରେଷ୍ଠ ସହ ଅଭିନେତା ପାଇଁ ରୋବର୍ଟ ଡାନିଙ୍କୁ ପୁରସ୍କୃତ କରାଯାଇଛି।  ତାଙ୍କୁ ‘ଓପେନହାଇମର’ ଫିଲ୍ମରେ ଶ୍ରେଷ୍ଠ ସହ ଅଭିନେତା ପାଇଁ  ପୁରସ୍କାର ଦିଆଯାଇଛି ।   ଦା‘ ଭିନେ ଜୟ ରାନଡଲଫଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି ।

ବ୍ରିଟେନର ‘ଜୋନ୍ ଅଫ୍ ଇଣ୍ଟରେଷ୍ଟ’ ଶ୍ରେଷ୍ଠ ଆନ୍ତର୍ଜାତିକ ଫିଲ୍ମ ଘୋଷଣା କରାଯାଇଛି । ’୨୦ ଡେଜ୍ ଇନ୍ ମାରିଓପୋଲ’ ଶ୍ରେଷ୍ଠ  ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ  ଭାବେ ପୁରସ୍କୃତ ହୋଇଛି । ସେହିପରି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ‘ଦ ଲାଷ୍ଟ ରିପାର୍ ସପ୍’କୁ  ଓସ୍କାର  ଆୱାର୍ଡ ମିଳିଛି । ’ଦ ୱାଣ୍ଡରଫୁଲ ଷ୍ଟୋରୀ ଅଫ୍ ହନେରୀ ସୁଗାର’କୁ  ଶ୍ରେଷ୍ଠ ଆକ୍ସନ  ସର୍ଟ ଫିଲ୍ମ ଘୋଷଣା କରାଯାଇଛି ।

ଓସ୍କାର ୨୦୨୪ ତାଲିକା

ଶ୍ରେଷ୍ଠ ଚଳଚ୍ଚିତ୍ର

ଓପେନହାଇମର

ଶ୍ରେଷ୍ଠ ଅଭିନେତ୍ରୀ

ଇମା ଷ୍ଟୋନ୍, ପୁଅର ଥିଙ୍ଗ୍

Comments are closed, but trackbacks and pingbacks are open.