ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ବିଜେପି

40

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା ଫେରିଯାଉଛି। ଏପରି ଅଭିଯୋଗ କରିଛି ବିଜେପି। ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦୀଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଜଳ ସମସ୍ୟା କାୟା ବିସ୍ତାର କରୁଛି।

ବୈଶାଖ ମାସ ଆରମ୍ଭ ହୋଇନାହିଁ । ଓଡ଼ିଶାରେ ଜଳ କଷ୍ଟ କେତେ ଉତ୍କଟ ହୋଇଛି ତାହା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଅବଗତ ହେଉଛନ୍ତି ଓଡ଼ିଶାବାସୀ । ରାଜନୈତିକ ପ୍ରକ୍ରିୟା ଭିତରେ କେନ୍ଦ୍ରୀୟ ଜଳ ଆୟୋଗ ଗତ ଦୁଇଦିନ ତଳେ ଗୋଟିଏ ଖବର ପ୍ରସାରଣ କରିଥିଲେ- ଦକ୍ଷିଣ ଓଡିଶାରେ ୪ଟି ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି । ମହାନଦୀର ଜଳ ପିଇବା ଯୋଗ୍ୟ ନୁହେଁ । ହୀରାକୁଦରେ ଜଳସ୍ତର କମିବା ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ନଦୀ, ନାଳ, କେନାଲରେ ଜଳସ୍ତର କମିବାରେ ଲାଗିଛି । ଚାଷ, ପିଇବା ପାଣି, ଜୀବଜନ୍ତୁ ଏବେ ପାଣି ପାଇଁ ହାହାକାର ଦେଖାଦେଉଛି । ହିରାକୁଦକୁ ଛାଡି ମହାନଦୀ ଶଯ୍ୟାରେ ଦୁଇଟି ଜଳଭଣ୍ଡାର କରାଯାଇଛି ସେଠି ମଧ୍ୟ ଜଳସ୍ତର ବହୁ ମାତ୍ରାରେ କମିଯାଇଛି । ମଣିଷର ପ୍ରଥମ ପ୍ରାଥମିକତା ହେଉଛି ପାନୀୟଜଳ, ଦ୍ୱିତୀୟ ପ୍ରାଥମିକତା ହେଉଛି ଜମିକୁ ଜଳ, ତୃତୀୟରେ ଶିଳ୍ପକୁ ଜଳ । କିନ୍ତୁ ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଇବାରେ ପ୍ରାଥମିକତା ଦେଉଛନ୍ତି । ୨୪ ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ ଜଳଭଣ୍ଡାର କରିବାରେ ବିଫଳ ହୋଇଛନ୍ତି ବୋଲି ସାଂସଦ ଭତୃହରି ମହତାବ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ମହତାବ କହିଛନ୍ତି, ଯଶ୍ୱସୀ ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ “ହର ଘର ନଲ ପେ ଜଳ” ଯୋଜନା ଜରିଆରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କାର୍ଯ୍ୟକାରୀ ହୋଇନପାରି ଫେରିଯାଉଛି । ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦିଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ଯେ, ମାତ୍ର ୮ଶହ ୨୪କୋଟି ଟଙ୍କା ରାଜ୍ୟ ରକାର ଖର୍ଚ୍ଚ କରିପାରିଛନ୍ତି । ଓଡ଼ିଶାର ବଜେଟ୍ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ଓଡ଼ିଶା ରାଜ୍ୟର ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ୫୦ ରୁ ୫୩ହଜାର କୋଟି ଟଙ୍କା ମାଇନିଙ୍ଗ ସେକ୍ଟରରୁ ଓଡ଼ିଶାକୁ ମିଳୁଛି । ଓଡ଼ିଶାରେ ଅର୍ଥର ଠିକ୍ ବିନିଯୋଗ ହୋଇପାରୁନାହିଁ । ଫଳରେ ଓଡ଼ିଶାର ଗ୍ରାମାଚଂଳର ୨୪ଲକ୍ଷ ପରିବାର ଓ ସହରାଚଂଳରେ ୩୧ପ୍ରତିଶତ ଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି । ମହାନଦୀ କୁଳରେ ବସବାସ କରୁଥିବା କଟକ ଜିଲ୍ଲାବାସୀ ପାନୀୟ ଜଳରୁ ବଂଚିତ ହେଉଛନ୍ତି ।

ଦୁର୍ନୀତିଖୋର ରାଜ୍ୟ ସରକାର ନଦୀ ସୁରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ତୁରନ୍ତ ଏହି ସମସ୍ୟାକୁ ସରକାର ଗୁରୁତର ସହ ବିଚାରକରନ୍ତୁ ବୋଲି ଶ୍ରୀ ମହତାବ କହିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଜଳ ସମସ୍ୟା କାୟା ବିସ୍ତାର କରୁଛି । ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ମହତାବ କହିଛନ୍ତି ।

Comments are closed, but trackbacks and pingbacks are open.