ଏୟାର ଇଣ୍ଡିଆକୁ ମିଳିବ ୩୦ ନୂଆ ବିମାନ

18

ନୂଆଦିଲ୍ଲୀ: ଆଗାମୀ ୧୫ ମାସ ମଧ୍ୟରେ ଏୟାର ଇଣ୍ଡିଆରେ ଆଉ ୩୦ଟି ନୂଆ ବିମାନକୁ ସାମିଲ କରାଯିବ ବୋଲି ଏହାର ମାଲିକାନା ସ୍ୱତ୍ୱ ହାସଲ କରିଥିବା ଟାଟା ଗ୍ରୁପ୍ ପକ୍ଷରୁ କୁହାଯାଇଛି । ଏଥିମଧ୍ୟରେ ୫ଟି ୱାଇଡ୍ ବଡି ବୋଇଂ ଓ ୨୫ଟି ନ୍ୟାରୋ ବଡି ଏୟାରବସ୍ ବିମାନ ଅନ୍ତର୍ଭୁକ୍ତ । ଘରୋଇ ଓ ଆନ୍ତର୍ଜାତିକ ସର୍କିଟ୍‌ରେ ବିମାନସେବାକୁ ଅଧିକ କ୍ରିୟାଶୀଳ କରିବାକୁ ନୂତନ ବିମାନର ଅ।।ବଶ୍ୟକତା ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଡିସେମ୍ବରରୁ ନୂଆ ବିମାନ କିଣା କାର୍ଯ୍ୟ ଆରମ୍ଭ ହେବ । ଫଳରେ ଏୟାର ଇଣ୍ଡିଆର ମୋଟ ବିମାନ ସଂଖ୍ୟାରେ ୨୫ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଜଣାପଡିଛି । ୨୦୨୩ ପ୍ରାରମ୍ଭରେ ମୁମ୍ବାଇ-ନ୍ୟୁୟର୍କ, ମୁମ୍ବାଇ-ସାନ୍ ଫ୍ରାନ୍‌ସିସ୍‌କୋ ଏବଂ ବେଙ୍ଗାଲୁରୁ-ସାନ୍ ଫ୍ରାନ୍‌ସିସ୍‌କୋ ରୁଟ୍‌ରେ ନୂଆ ଏୟାର ଇଣ୍ଡିଆ ବିମାନ ଯାତାୟାତ କରିବାର ଯୋଜନା ରହିଛି । ବର୍ତ୍ତମାନ ଏୟାର ଇଣ୍ଡିଆ ନିକଟରେ ୭୦ ନ୍ୟାରୋ ବଡି ବିମାନ ଥିବାବେଳେ ଏଥିମଧ୍ୟରୁ ୫୪ଟି କାର୍ଯ୍ୟକ୍ଷମ ରହିଛି । ଅବଶିଷ୍ଟ ୧୬ଟି ବିମାନ ମରାମତି ପରେ କମ୍ପାନୀକୁ ଫେରିିବ ବୋଲି କୁହାଯାଇଛି । ଅପରପକ୍ଷରେ କମ୍ପାନୀର ୪୪ଟି ୱାଇଡ୍ ବଡି ବିମାନ ମଧ୍ୟରୁ ୩୩ଟି ବିମାନ ସକ୍ରିୟ ରହିଛି ।

Comments are closed, but trackbacks and pingbacks are open.