ଇସ୍ତଫା ଦେବାକୁ ସିଏମ୍ ଉଦ୍ଧବ ଠାକରେ ପ୍ରସ୍ତୁତ, କିନ୍ତୁ ଶିବସେନା ବିଧାୟକଙ୍କ ସାମ୍ନାରେ ଏହି ବଡ ସର୍ତ୍ତ

18

ମହାରାଷ୍ଟ୍ର ସରକାରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଏ ପର୍ଯ୍ୟନ୍ତ ଥମିନାହିଁ । ଏହି ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକ୍ ଲାଇଭ୍ କରି ସ୍ପଷ୍ଟ କରିଛନ୍ତି ଯେ କ୍ଷମତାର ଲୋଭ ନାହିଁ। ଯଦି ମୁଁ ବିଧାୟକଙ୍କ ଆତ୍ମବିଶ୍ୱାସ ହରାଇଛି, ତେବେ ମୁଁ ଏହି ଚେୟାରର ଯୋଗ୍ୟ ନୁହେଁ I ଏହା ସହ ସେ କହିଛନ୍ତି “ ଯଦି କୌଣସି ବିଧାୟ ଚାହୁଁ ନାହାନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ରହେ ତେବେ ମୁଁ ଇସ୍ତଫା ଦେବାକୁ ରାଜି ଅଛି। ବର୍ଷା ବଙ୍ଗଲୋରୁ ମୋର ସମବୁ ସମର୍ଥକଙ୍କୁ ନେଇ ମୁଁ ମାତୋଶ୍ରୀ ଫେରିଯିବି।”

ସେ ପୁଣି କହିଛନ୍ତି, ମୁଁ ଶିବସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଯଦି ଶିବସେନା ପାର୍ଟିର ଜଣେ ବିଧାୟକ ପରବର୍ତ୍ତୀ ସିଏମ୍ ହେବେ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେବି । ଶିବ ସୈନିକମାନେ ମୋ ସହ ବିଶ୍ୱାସଘାତକତା କରନ୍ତୁ ନାହିଁ । ଯଦି କାହାର କିଛି ଅଭିଯୋଗ ଅଛି, ତେବେ ମୋ ସହିତ କାହିଁକି ଆଲୋଚନା କଲେ ନାହିଁ । ତେବେ ଉଦ୍ଧବଙ୍କ ଏହି ସନ୍ଦେଶ ଏକନାଥଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି ।

ସୂଚନାନୁସାରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବହୁ ବିଧାୟକ ସୁରତର ଏକ ହୋଟେଲରେ ଏକାଠି ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିପଦ ବଢ଼ିଯାଇଛି । ତେବେ ବିଜେପି ସହିତ ଶିବସେନା ମିଶି ମହାରାଷ୍ଟ୍ରରେ ସରକାର ଗଠନ କରୁ ବୋଲି ଏକନାଥ କହିଥିଲେ । ସେପଟେ ଉଦ୍ଧବ ଠାକରେ ଡାକିଥିବା ବିଧାୟକ ଦଳ ବୈଠକକୁ ବେଆଇନ କହିଛନ୍ତି ଏକନାଥ ସିନ୍ଦେ । ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି, ଶିବସେନା ମୁଖ୍ୟ ସଚେତକ ସୁନିଲ ପ୍ରଭୁ ବିଧାୟକଙ୍କୁ ଲେଖିଥିବା ଚିଠି ବେଆଇନ। ଭରତ ଗୋଗାୱଲେଙ୍କୁ ଶିବସେନାର ମୁଖ୍ୟ ସଚେତକ ଘୋଷଣା କରିଛନ୍ତି ଯେ ଏକନାଥ ସିନ୍ଦେ ୩୪ ବିଧାୟକଙ୍କ ସମର୍ଥନ ଥିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Comments are closed, but trackbacks and pingbacks are open.