ଆରମ୍ଭ ହେଲା ୫ଜି ସେବା

23

ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସେବା ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାରେ ୫ ହଜାର ଟାଓ୍ୱାର ବସାଯିବା ନେଇ ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କି, କେନ୍ଦ୍ର ସରକାର ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ଦେଇଛନ୍ତି । ୫ ହଜାର ଟାଓ୍ୱାର ୭ ହଜାର ଗାଁକୁ ମୋବାଇଲ ସେବା ସଂଯୋଗ କରାଯିବା ନେଇ ସେ କହିଛନ୍ତି ।

ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଏହି ସେବା ଉପଲବ୍ଧ ହେଉଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ଗ୍ରାହକ ମାନେ ଏହି ସେବା ପାଇବେ। ଏହା ସହିତ ଓଡ଼ିଶାରେ ୧୦୦ରୁ ଉର୍ଦ୍ଧ ୪ଜି ଟେଲିକମ୍ ଟାୱାରର ମଧ୍ୟ ଉଦଘାଟନ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନାଯୋଗ୍ୟ, ଦେଶବାସୀଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ଓ ଟେଲିକମ୍ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର ୫ଜି ସେବାକୁ ଗତ ଅକ୍ଟୋବରରେ ନୁଆଦିଲ୍ଲୀରେ ଲଞ୍ଚ କରିଥିଲେ । ଏହାପରେ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୨ଟି ସହର ସମେତ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ମଧ୍ୟ ସାମିଲ ହୋଇଥିଲା ।

Comments are closed, but trackbacks and pingbacks are open.