ଆରମ୍ଭ ହେଲା‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ

11

ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ଆଜି ସାଧାରଣତନ୍ତ୍ର ଦିବସରୁ ୨ମାସ ଧରି ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରତି ବ୍ଲକ୍ ଓ ପଞ୍ଚାୟତସ୍ତରରେ ଦଳ ଏହି କାର୍ଯ୍ୟକ୍ରମ ଜରିଆରେ ପହଞ୍ଚାଇବ । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାରୁ ଆରମ୍ଭ ହୋଇପାରେ । ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଭଳି ଅମଲା ଶାସନ ଚାଲିଛି ।

ଯେଉଁଠି ମନ୍ତ୍ରୀ ତଥା ନିର୍ବାଚିତ ପ୍ରତିନିଧିମାନେ ଅମଲାର ଅଧୀନସ୍ଥ ହୋଇ ଗୁଣଗାନ କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବଡ଼ ଅଟ୍ଟହାସ୍ୟ । ତେଣୁ ଉଭୟ ବିଜେପି ଓ ବିଜେଡି ସରକାରର ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସର ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ସହାୟ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହାସହ ରାଜ୍ୟରେ ଜାରି ରହିଥିବା ‘ଭାରତ ଯୋଡ଼ୋ ଯାତ୍ରା-ଓଡ଼ିଶା’ କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ରାଜଧାନୀରେ ଏକ ସଭାର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଗକୁ କଂଗ୍ରେସର ଏହି ଅଭିଯାନ କେତେ ପ୍ରଭାବ ପକାଉଛି ରାଜ୍ୟ ରାଜନିତୀରେ ।

Comments are closed, but trackbacks and pingbacks are open.