ଆପ ସାଂସଦ ସଞ୍ଜୟ ସିଂହ ନିଲମ୍ବିତ

24

ନୂଆଦିଲ୍ଲୀ : ଆପ ସାଂସଦ ସଞ୍ଜୟ ସିଂଙ୍କୁ ରାଜ୍ୟସଭାର ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ କରିଥିବାବେଳେ ଗୃହର ଶୃଙ୍ଖଳାଭଙ୍ଗ କରିଛନ୍ତି।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ପୀୟୂଷ ଗୋଏଲଙ୍କ ଅଭିଯୋଗ ଆଧାରରେ ଗ୍ରହଣ କରିଛନ୍ତି।

ଆଜି ସଂସଦର କାର୍ଯ୍ୟକାଳ ଚାଲିଥିବାବେଳେ ସାଂସଦ ପ୍ରଶ୍ନ ପଚାରୁଥିଲେ । ଏହି ସମୟରେ ସାଂସଦ ସଞ୍ଜୟ ସିଂହ ଚେୟାରମ୍ୟାନଙ୍କ ଚେୟାର ସାମ୍ନାକୁ ଆସି ଉଚ୍ଚ ସ୍ୱରରେ ଚିତ୍କାର କରୁଥିଲେ । ସେ ଆସନ ଆଡକୁ ହାତ କରିଥିଲେ । ଏହି ସମୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ ତାଙ୍କୁ ବାରମ୍ବାର ନିଜ ସିଟକୁ ଯିବା ପାଇଁ କହିଥିଲେ । ହେଲେ ସେ ଶୁଣି ନ ଥିଲେ । ଏହାପରେ ସଭାପତି ଧନଖଡ କହିଥିଲେ, ‘ମୁଁ ସଞ୍ଜୟ ସିଂହଙ୍କ ନାଁ ନେଉଛି..’ ଏହା କହି ସେ ସଦନର ନେତା ପୀୟୂଷ ଗୋୟଲଙ୍କ ଆଡକୁ ଚାହିଁଲେ ।

Comments are closed, but trackbacks and pingbacks are open.