ଆଜିଠୁ ବିଜେଡିର ଜନସମ୍ପର୍କ ଯାତ୍ରା

25

ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ଯାତ୍ରା  । ଯୁବ, ମହିଳା, ଛାତ୍ର ସଂଗଠନ ଗାଁରୁ ସହର ଗଳିକନ୍ଦି ବୁଲିବେ । ପଦଯାତ୍ରାରେ ଯାଇ ଜନସମ୍ପର୍କ ଯୋଡ଼ିବେ । ଘରେ ଘରେ ବିଜେଡି ସରକାରଙ୍କ ସଫଳ କାର୍ୟ୍ୟକ୍ରମ ବାବଦରେ ଅବଗତ କରାଇବେ । ମାସେ ବ୍ୟାପି ଚାଲିବ ଏ ପଦଯାତ୍ରା । ରବିବାର ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଆରମ୍ଭ କରାଯିବ । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର କାରଗିଲ୍‌ ବସ୍ତିରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଉତ୍ତର ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଓ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଭୁବନେଶ୍ୱର ଛାମୁଆ ସଂଗଠନର ସମସ୍ତ ନେତା, ଭୁବନେଶ୍ୱରର ସମସ୍ତ ବିଜେଡି କର୍ପୋରେଟର ଉପସ୍ଥିତ ରହିବେ । କାରଗିଲ୍‌ ପଡ଼ିଆରେ ଆୟୋଜିତ ହେବ ଏହି ଜନସଭା । ଏଥିରେ ଉଦବୋଧନ୍‌ ଦେବେ ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, କାରଗିଲ୍‌ ବିଜୁ ଆଦର୍ଶ କଲୋନିରେ ପଦଯାତ୍ରା କରିବେ ନବୀନ । ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବା କାର୍ୟ୍ୟକ୍ରମ ରହିଛି । 

Comments are closed, but trackbacks and pingbacks are open.