୨୪ ପାଇଁ ସୁନକୁ ଘାରିଛି ଚିନ୍ତା !

23

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟରେ ଏକ ବଡ଼ ଦାବି କରାଯାଇଛି । କୁହାଯାଇଛି ଯେ ୨୦୨୪ ମସିହାରେ ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସୁନକ ଏବଂ ତାଙ୍କ ଦଳର ୧୫ ଜଣ ମନ୍ତ୍ରୀ ପରାଜୟର ବିପଦରେ ଅଛନ୍ତି । ନୂତନ ବର୍ଷ ୨୦୨୩ ଆରମ୍ଭରୁ ପ୍ରଧାନମନ୍ତ୍ରୀ ସୁନକ ଟୋରୀ ଦଳର ଭାଗ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ବିରୋଧୀ ଲେବର ପାର୍ଟି ପାଖାପାଖି ୨୦ ପଏଣ୍ଟ ହାସଲ କରିଛି ।

ନିର୍ବାଚନ ବିଶେଷଜ୍ଞମାନେ କହିଛନ୍ତି ଯେ ଲିଜ ଟ୍ରସଙ୍କ ପରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁନକଙ୍କ ଯୋଗୁ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ପୁଣି ମାନ୍ଦା ହୋଇଯାଇଛି । ଫୋକାଲ ଡାଟାପୋଲିଙ୍ଗ ଅନୁଯାୟୀ ‘ବେଷ୍ଟ ଫର ବ୍ରିଟେନ’ ଅନୁଯାୟୀ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି, ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ, ବ୍ୟବସାୟ ମନ୍ତ୍ରୀ ଗ୍ରାଣ୍ଟ ଶାପ୍ସ, ହାଉସ ଅଫ କମନ୍ସ ନେତା ପେନି ମର୍ଡାଉଣ୍ଟ ଏବଂ ପରିବେଶ ସଚିବ ଥେରେସ କଫି ପ୍ରମୁଖ ସୁନକଙ୍କ ଟିମର ନେତା ମଧ୍ୟ ୨୦୨୪ ନିର୍ବାଚନରେ ହାରିପାରନ୍ତି ।

ବ୍ରିଟିଶ ସର୍ଭେ ଅନୁଯାୟୀ ସୁନକଙ୍କ କ୍ୟାବିନେଟର କେବଳ ପାଞ୍ଚଜଣ କ୍ୟାବିନେଟ ମନ୍ତ୍ରୀ ଜେରେମି ହଣ୍ଟ, ଭାରତୀୟ ମୂଳ ସୁଏଲା ବ୍ରାଭରମ୍ୟାନ, ମାଇକେଲ ଗୋଭ, ନାଡିମ ଭାଭି ଏବଂ କେମି ବାଡେନୋଚ ୨୦୨୪ ସାଧାରଣ ନିର୍ବାଚନରେ ଜିତିବାର ଆଶା ରହିଛି ।

Comments are closed, but trackbacks and pingbacks are open.