୨୦ ବର୍ଷ ପରେ ନଗଡ଼ା ଓ ମାଓଗଡ଼ରେ ପଡିଲା ଭୋଟ ୮୩% ମତଦାନ

13

ଦୀର୍ଘ ୨୦ ବର୍ଷ ପରେ ଯାଜପୁର ଜିଲ୍ଲା ନଗଡ଼ା ବାସି ଦେଇଛନ୍ତି ଭୋଟ୍। ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣରେ ନଗଡ଼ାରେ ୮୩% ମତଦାନ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ I
ସେହିପରି କମିଶନର କହିଛନ୍ତି-“ନକ୍ସଲ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଛି। ଦୀର୍ଘ ୨୦ ବର୍ଷ ଧରି ଗ୍ରାମବାସୀମାନେ ନିଜ ପସନ୍ଦର ନେତାକୁ ମନୋନୀତ କରିଛନ୍ତି I ଏଥର ମାଓବାଦୀଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ନେତାଙ୍କ ପରିବର୍ତ୍ତେ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଯୋଗାଯୋଗ ସମସ୍ୟା ଯୋଗୁ ଉଭୟ(ନଗଡ଼ା ଓ ତ୍ରିଲୋଚନପୁର) ସ୍ଥାନରେ ଭୋଟ ହୋଇ ପାରୁନଥିଲା।” କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଭୋଟର ଏବଂ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀଙ୍କୁ ସାହସ ଓ ଉତ୍ସାହିତ କରିବା ପାଇଁ ନିଜେ ଡିଆଇଜି ଓ କଳାହାଣ୍ଡି ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

Comments are closed, but trackbacks and pingbacks are open.