ସ୍ୱାସ୍ଥ୍ୟ ପାଇଁ ଗୁପ୍ଚୁପ କେତେ ଲାଭ ଦାୟକ ?

27

ଗୁପଚୁପ ଏହି ଜିନିଷ ଟି ପ୍ରାୟ ସମସ୍ତ ଙ୍କର ଅତି ପ୍ରିୟ ଖାଦ୍ୟ ଭାବରେ ଜଣାଶୁଣା । ଗାଁ ଗହଳି ଠାରୁ ଯେ କୌଣସି ସ୍ଥାନ ଆମେ ଦେଖିବା ଯଦି ଗୋଟିଏ ଗୁପଚୁପ ଗାଡି ଠିଆ ହୋଇଛି କେଉଁଠି ତ ତା ନିକଟରେ ସଭିଙ୍କ ଭିଡ଼ । ଆଜି ପର୍ଯ୍ୟନ୍ତ ଆମେ ସମସ୍ତଙ୍କର ଧାରଣା ରହିଥିଲା ଯେ ଗୁପଚୁପ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ । କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଗୁପଚୁପ ମଧ୍ୟ ଦୂର କରିଥାଏ ଅନେକ ଶାରୀରିକ ସମସ୍ୟା । କିନ୍ତୁ ଏହା ସ୍ୱାସ୍ଥ୍ୟକର ପରିବେଶ ରେ ପ୍ରସ୍ତୁତ ହେବା ସହିତ ସଫା ସୁତୁରା ସ୍ଥାନରେ ପରିବେଷଣ କରାଯାଉଥିବା ଉଚିତ । ଗୁପଚୁପ ପାଣି ହେଲା ସବୁଠୁ ଗୁରୁତ୍ୱପୂର୍ଣ , ଏହାକୁ ସର୍ବଦା ସଫା ପାଣିରେ ଅଦା, ପୁଦିନା, ଧନିଆ ପତ୍ର ସହିତ ଖଟା ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରିବା ଉଚିତ । ଏହାଛଡା ଅନେକ ଗୁଡିଏ ପୁଷ୍ଟିକର ଜିନିଷ ରେ ଗୁପଚୁପ ର ପ୍ରସ୍ତୁତି ହୋଇଥାଏ , ଅଟା , ସୁଜି, ଆଳୁ, ସିଝା ମଟର , କଞ୍ଚାଲଙ୍କା, ଆମଚୁର ପାଉଡର ଇତ୍ୟାଦି ।

ଆଜି ଆସନ୍ତୁ ଜାଣିବା ଗୁପଚୁପ ଖାଇବାର ଲାଭ ବିଷୟରେ –

– ହେଲଦି ଡାଇଜେସନ – ଗୁପଚୁପ ଗହମ ଅଟା , ସୁଜି, ବୁଟ, ମଟର ଓ ଆଳୁ ଆଦିରେ ପ୍ରସ୍ତୁତ ହୋଇଥିବା କାରଣରୁ କାର୍ବୋହାଇଡ୍ରେଟ ଓ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ ତେଣୁ ଏହାକୁ ଖାଇବା ଦ୍ୱାରା ଶରୀର କୁ ଭରପୁର ଫାଇବର ମିଳିଥାଏ, ଯାହାକି ଡାଇଜେସନ ସିଷ୍ଟମ ରେ ସୁଧାର ଆଣିଥାଏ – ଓଜନ ହ୍ରାସ – ଆପଣ ଜାଣିଲେ ଏହା ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ଆପଣ ଗୁପଚୁପ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । କାହିଁକି ନା ଗୁପଚୁପ ରେ ଦିଆଯାଉ ଥିବା ଅଧିକାଂଶ ଜିନିଷ ସିଝା ଅଟେ ଓ ସେଥିରେ ପାଣି ମଧ୍ୟ ରହିଥାଏ । ଏହି କାରଣରୁ ଏଥିରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ ଯେଉଁ କାରଣରୁ ଓଜନ ହ୍ରାସ ହୋଇଥାଏ ।

– ଏସିଡ଼ିଟି ଦୂର କରେ – ଏସିଡ଼ିଟି ସମସ୍ୟା ଦୂର କରିବା ପାଇଁ ଡାକ୍ତର ଥଣ୍ଡା ପାଣି ସେବନ କରିବାକୁ କହି ଥାଆନ୍ତି L ଯେପରିକି ଜଳଜିରା । ଜଳଜିରା ପାଣି ଗୁପଚୁପ ରେ ଖୁବ ଆବଶ୍ୟକ । କାହିଁକି ନା ଏହାବିନା ଗୁପଚୁପ ର ସ୍ୱାଦ ଅଧୁରା ଲାଗିଥାଏ । ତେଣୁ ଏହି ପାଣି ପେଟ ପାଇଁ ଖୁବ ହିତକର ବୋଲି କୁହାଯାଇ ଥାଏ ।

– ବ୍ଲଡ଼ ସୁଗାର ମ୍ୟାନେଜ କରିଥାଏ – କମ କାର୍ବ ଯୁକ୍ତ ଜିନିଷ ହୋଇଥିବା କାରଣରୁ ଗୁପଚୁପ ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର । ତଥାପି ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।

Comments are closed, but trackbacks and pingbacks are open.