ଶିବସୁନ୍ଦର ଜାତୀୟ ଦଳର ଚୟନକର୍ତ୍ତା

27

ବିସିସିଆଇ କ୍ରିକେଟ ଉପଦେଷ୍ଟା କମିଟି ପକ୍ଷରୁ ଶନିବାର ୫ ଜଣିଆ ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡ଼ିଶା ଖେଳାଳି ଶିବସୁନ୍ଦର ଦାସଙ୍କୁ ସିନିୟର ଦଳର ଚୟନକର୍ତ୍ତା ଭାବରେ ମନୋନୀତ କରାଯାଇଛି। ଚେତନ ଶର୍ମାଙ୍କ ନେତୃତ୍ୱରେ ଗଠିତ ଚୟନ କମିଟିରେ ଶିବସୁନ୍ଦରଙ୍କୁ କେନ୍ଦ୍ରାଞ୍ଚଳ ଜୋନ୍‌ରୁ ମନୋନୀତ କରାଯାଇଛି। ଶିବସୁନ୍ଦରଙ୍କ ବ୍ୟତୀତ ସଲିଲ ଅଙ୍କୋଲା, ସୁବ୍ରତୋ ବାନାର୍ଜୀ ଓ ସିଦ୍ଧାର୍ଥ ଶରଥ ଏହି କମିଟିର ସଦସ୍ୟ ରହିଛନ୍ତି।

ଶିବସୁନ୍ଦର ବର୍ତ୍ତମାନ ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ୍‌ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୦୨ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଶିବସୁନ୍ଦର ଭାରତ ପାଇଁ ୨୩ ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ଚେତନ ଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କମିଟିର ମୁଖ୍ୟ ରହିଥିବା ବେଳେ ଅନ୍ୟ ସମସ୍ତେ ପ୍ରଥମ ଥର ସାମିଲ ହୋଇଛନ୍ତି।

ଓଡ଼ିଶା ପକ୍ଷରୁ କ୍ୟାରିୟରର ସର୍ବାଧିକ ସମୟ ଖେଳିଥିଲେ ମଧ୍ୟ ଅନ୍ତିମ ସିଜନରେ ବିଦର୍ଭ ପକ୍ଷରୁ ଖେଳିଥିବାରୁ ଶିବସୁନ୍ଦରଙ୍କୁ ପୂର୍ବାଞ୍ଚଳ ପରିବର୍ତ୍ତେ କେନ୍ଦ୍ରାଞ୍ଚଳର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି।

Comments are closed, but trackbacks and pingbacks are open.