ମୁଁହ ଖୋଲିଲେ ନାଗ ଦମ୍ପତ୍ତି

22

ଦିନକୁ ଦିନ ବଢୁଛି ସସ୍‌ପେନ୍ସ । ବଦଳୁଛି ମୋଡ । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲା ନୂଆ ମୋଡ । ଜେଲରେ ନାଗ ଦମ୍ପତିଙ୍କ ସହିତ ସହଯୋଗୀ ଖଗେଶ୍ୱରଙ୍କୁ ଜେରା କରିବ ଇଡି । ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ ଜାରି ରହିଛି ଇଡି ର ତନାଘନା ।

ଏହି କ୍ରମରେ ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଝାରପଡା ଜେଲରେ ଜେରା କରିବ ଇଡି ଟିମ୍ । ଖଗେଶ୍ୱରର ୪ଟି ମୋବାଇଲରୁ ଅନେକ ତଥ୍ୟ ମିଳିଛି । ସେ ନେଇ ପଚରା ଉଚୁରା ହେବ । ତାଙ୍କର ମଧ୍ୟ ଚୂଡ଼ାନ୍ତ ବୟାନ ରେକର୍ଡ କରିବ ଇଡି । ସେପଟେ ଗତକାଲି ଝାରପଡ଼ା ଜେଲରେ ଅର୍ଚ୍ଚନା ନାଗଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତାଙ୍କ ମୋବାଇଲ, ଲାପଟପ୍ ଓ ଅନ୍ୟ ସାମଗ୍ରିର ସାଇଣ୍ଟିଫିକ ରିପୋର୍ଟରୁ ମିଳିଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କୁ ପଚରା ଉଚୁରା କରାଯାଇଥିଲା । ଜେଲରେ ଅର୍ଚ୍ଚନାଙ୍କ ଚୂଡ଼ାନ୍ତ ବୟାନ ରେକର୍ଡ କରିଛି ଇଡି । ସେହି ଆଧାରରେ ୯ତାରିଖ ସୁଦ୍ଧା ପ୍ରିଲିମିନାରୀ ଚାର୍ଜ ସିଟ ଦାଖଲ କରିବ ଇଡି ।

Comments are closed, but trackbacks and pingbacks are open.