ଭାରତ – ଶ୍ରୀଲଙ୍କା ଖେଳିବେ ଦ୍ୱିତୀୟ ମ୍ୟାଚ

30

ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦ । ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ । ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଆଉ ଏକ କଡ଼ା ଟକ୍କର ଦେବ । ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ ଦେଇଛି । ଏବେ ଶୃଙ୍ଖଳା ୧-୧ରେ ରହିଛି ।

ଆଜି ଯିଏ ଜିତିବ ସେ ଶୃଙ୍ଖଳା ଜିିତିବ । ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଆଜି ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି । ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟିି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇଟି ଜିତିଛନ୍ତି । ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଡେଥ୍ ଓଭର ବୋଲିଂ ।

ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ଟି ଶୃଙ୍ଖଳା ଜିତିଥିବା ବେଳେ ଶନିବାର ଏହି ଧାରାକୁ ଆଗକୁ ନେବା ନେଇ ସନ୍ଦେହ ରହିଛି । ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା । ଶନିବାର ଶ୍ରୀଲଙ୍କା ଜିତିଲେ ଭାରତରେ ମଧ୍ୟ ପ୍ରଥମ ଥର ଟିି-୨୦ ଶୃଙ୍ଖଳା ଜିତିବାର ଗୌରବ ପାଇବ ।

Comments are closed, but trackbacks and pingbacks are open.