ଟେନିସ୍‌ ଛାଡ଼ିବେ ସାନିଆ

32

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ ମିର୍ଜା ଆଉ ଏକ ବଡ ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି। ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି।

ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ବୋଲି ସାନିଆ କହିଛନ୍ତି।

୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି। କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ, ସେ ୨୦୨୨ ର ଶେଷରେ ଅବସର ନେବେ । ତେବେ ତାଙ୍କ ଆଣ୍ଠୁରେ ଆଘତ ଲାଗିବା ଯୋଗୁ ସେ ୟୁଏସ୍ ଓପନ୍ ଖେଳିପରିନଥିଲେ। ତେବେ ଏଭଳି ସ୍ଥିତିରେ ସାନିଆ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବେ। ଏହାପରେ ଦୁବାଇରେ ଡବ୍ଲୁଟିଏ ୧୦୦୦ ଇଭେଣ୍ଟ ଚାମ୍ପିଅନ୍‌ସିପ୍ ଖେଳି ଟେନିସ୍‌ରୁ ବିଦାୟ ନେବେ।

ଟେନିସ୍‌ କ୍ଷେତ୍ରରେ ଅଗ୍ରଣୀ ପାଇଁ ସାନିଆଙ୍କୁ ୨୦୦୪ରେ ଅର୍ଜୁନ ପୁରସ୍କାର, ୨୦୦୬ରେ ପଦ୍ମ ଶ୍ରୀ, ୨୦୧୫ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ନାନ ଏବଂ ୨୦୧୬ରେ ପଦ୍ମ ବିଭୁଷଣରେ ସମ୍ନାନୀତ କରାଯାଇଥିଲା। ସାନିଆ ବର୍ତ୍ତମାନ ସୁଦ୍ଧା ୬ଟି ବଡ଼ ଚାମ୍ପିୟନସିପ୍‌ରେ ମେଡାଲ ଜିତି ସାରିଛନ୍ତି। ଡବଲ୍ସରେ ୨୦୧୬ ଅଷ୍ଟ୍ରେଲିଅନ୍‌ ଓପନ୍‌, ୨୦୧୫ରେ ବିମ୍ବଏଡନ୍‌ ଏବଂ ୟୁଏସ ଓପନ୍‌ ଜିତିଥିଲେ। ଏହା ସହିତ ମିକ୍ସ ଡବଲ୍ସରେ ତିନୋଟି ମେଡାଲ ଯଥା: ୨୦୦୯ର ଅଷ୍ଟ୍ରେଲିଆ ଓପନ୍, ୨୦୧୨ ଫ୍ରେଞ୍ଚ ଓପନ୍‌ ଏବଂ ୨୦୧୪ରେ ୟୁଏସ୍‌ ଓପନ୍‌ ଜିତିଥିଲେ।

Comments are closed, but trackbacks and pingbacks are open.