ଛତିଶଗଡ ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ, ୧୧ ସହିଦ

24

ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ୧୧ ଯବାନ ସହିଦ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଛି ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି ।

ତେବେ ଏହି ଯବାନମାନେ ନକ୍ସଲ ବିରୋଧୀ ଅପରେଶନ ପାଇଁ ଯାଉଥିଲେ । ଦନ୍ତେୱାଡା ଜିଲ୍ଲା ଅରନପୁର ନିକଟରେ ନକ୍ସଲମାନେ ଆମ୍ବୁଲ ଲଗାଇ ଆକ୍ରମଣ କରିଥିଲେ । ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ବି ସୂଚନା ମିଳିଛି ।

Comments are closed, but trackbacks and pingbacks are open.