ଆହୁରି ବର୍ଷେ ମିଳିବ ମାଗଣା ରାସନ

28

ନୂଆଦିଲ୍ଲୀ:  ନୂଆ ବର୍ଷ ପୂର୍ବରୁ ମୋଦୀ ସରକାର ଲୋକଙ୍କୁ ଉପହାର ଦେଇଛନ୍ତି । ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ୟ୍ୟନ୍ତ ମାଗଣାରେ ରାସନ ପାଇବେ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ ପାଇବେ ।
ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୩ ପର୍ୟ୍ୟନ୍ତ ଲୋକଙ୍କୁ ଖାଦ୍ୟ ଶସ୍ୟ ପାଇବା ପାଇଁ ଗୋଟିଏ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ । ତାଙ୍କ କହିବାନୁସାରେ, ସରକାର ଏଥିପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, ସରକାର ଏବେ ପ୍ରତି ମାସରେ ଜଣଙ୍କ ପିଛା ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଉଛନ୍ତି । କେନ୍ଦ୍ର ସରକାର ଅନ୍ତୋଦୟ ଅନ୍ନ ଯୋଜନା ଅଧୀନରେ ଥିବା ପରିବାରଗୁଡିକ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ପାଆନ୍ତି । ସେପ୍ଟେମ୍ବରରେ ମୋଦୀ ସରକାର ଏହି ଯୋଜନାଗୁଡ଼ିକୁ ଡିସେମ୍ବର ୩୧ ପର୍ୟ୍ୟନ୍ତ ଆଉ ତିନିମାସ ପାଇଁ ବୃଦ୍ଧି କରିଥିଲେ । ଏହି ଯୋଜନା ଏପ୍ରିଲ୍ ୨୦୨୦ ରେ ଆରମ୍ଭ କରାଯାଇଥିଲା । କୋଭିଡ ଅବଧି ସମୟରେ ଏହି ଯୋଜନା ଜରିଆରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇବାକୁ ସୁନିଶ୍ଟିତ କରିଥିଲେ ।

Comments are closed, but trackbacks and pingbacks are open.