ଆଜି ପୁଣି ୨୫ ଭାରତୀୟଙ୍କ ସମେତ ୭୮ ଜଣ କାବୁଲ ରୁ ଭାରତ ଆସିଲେ

43

ଆଜି ଆଫଗାନିସ୍ତାନର କାବୁଲ ରୁ ଏୟାର ଇଣ୍ଡିଆର ଏକ ବିମାନ ୨୫ ଭାରତୀୟଙ୍କ ସମେତ ୭୮ ଜଣଙ୍କୁ ନେଇ ଭାରତ ଆସୁଛି । ତେବେ ସେଠାରୁ ଆସିବା ସମୟରେ ବିମାନ ଭିତରେ କିଛି ଯାତ୍ରୀ ଜୋ-ବୋଲେ-ସୋ-ନିହାଲ୍ କହି ନିଜର ଉତ୍ସାହ ଓ ଖୁସି ଜାହିର କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେପଟେ ଆମେରିକା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୦୦ ଆମେରିକୀୟଙ୍କୁ କାବୁଲରୁ ଦେଶକୁ ଅଣାଯାଇଛି । ୧୫ଟି ସାମରିକ ବିମାନ ସାହାଯ୍ୟରେ ପ୍ରାୟ ୬ ହଜାର ୬୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ ୩୪ ମିତ୍ରଦେଶର ବିମାନ ସାହାଯ୍ୟରେ ୪ ହଜାର ୩୦୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗଷ୍ଟ ୧୪ ପରଠୁ ଆମେରିକା ପ୍ରାୟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାରେ ସପଳ ହୋଇଛି । ଜୁଲାଇରୁ ଏହି ସଂଖ୍ୟା ୫୩ ହଜାର ରହିଥିବା ହ୍ୱାଇଟ୍ ହାଉସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.